ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ଏବଂ ପିଏମ୍ ଗତିଶକ୍ତି ପୋର୍ଟାଲର କାର୍ଯ୍ୟକାରିତା ନେଇ ସମୀକ୍ଷା
ଭୁବନେଶ୍ୱର,୦୨ ଜୁନ (ହି.ସ)- ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗତିଶକ୍ତି ପୋର୍ଟାଲର ପ୍ରଭାବଶାଳୀ କାର୍ଯ୍ୟକାରିତା ଏବଂ ରାଜ୍ୟରେ ଭିତିଭୂମି ବିକାଶ ପ୍ରକଳ୍ପଗୁଡ଼ିକର ତ୍ୱରିତ କାର୍ଯ୍ୟକାରିତା ନେଇ ମଙ୍ଗଳବାର ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ପୂର୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ
ghdtuk


ଭୁବନେଶ୍ୱର,୦୨ ଜୁନ (ହି.ସ)- ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗତିଶକ୍ତି ପୋର୍ଟାଲର ପ୍ରଭାବଶାଳୀ କାର୍ଯ୍ୟକାରିତା ଏବଂ ରାଜ୍ୟରେ ଭିତିଭୂମି ବିକାଶ ପ୍ରକଳ୍ପଗୁଡ଼ିକର ତ୍ୱରିତ କାର୍ଯ୍ୟକାରିତା ନେଇ ମଙ୍ଗଳବାର ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ପୂର୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।

ମନ୍ତ୍ରୀ ଶ୍ରୀ ହରିଚନ୍ଦନ ରାଜ୍ୟରେ ଭିତିଭୂମି ବିକାଶ କ୍ଷେତ୍ରରେ ପିଏମ୍ ଗତିଶକ୍ତି ପୋର୍ଟାଲର ସର୍ବାଧିକ ଉପଯୋଗ କରି ପ୍ରକଳ୍ପଗୁଡ଼ିକର ଗୁଣାତ୍ମକ ତଥା ସମୟ ଅବଧି ମଧରେ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱାରୋପ କରିଥିଲେ। କେନ୍ଦ୍ର ତଥା ରାଜ୍ୟର ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଅନୁମୋଦନ ପ୍ରକ୍ରିୟାକୁ ଅଧିକ ସରଳ ଓ ଦ୍ରୁତତର କରିବାକୁ ସେ ପରାମର୍ଶ ଦେଇଥିଲେ।

ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ କହିଲେଯେ ଭିତିଭୂମି ନିର୍ମାଣ ଦିଗରେ ପିଏମ୍ ଗତିଶକ୍ତି ପୋର୍ଟାଲ ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି ଓ ତେଣୁ ରାଜ୍ୟର ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିବା, ଆଧୁନିକ ରାସ୍ତା, ସେତୁ ଓ କୋଠାବାଡି ଆଦି ନିର୍ମାଣ କ୍ଷେତ୍ରରେ ଏହି ପୋର୍ଟାଲର ଯୁଗାନ୍ତକାରୀ ସାବ୍ୟସ୍ତ ହେବ ।

ବୈଠକରେ ରାଜ୍ୟରେ କାର୍ଯ୍ୟକାରି ହେବାକୁ ଥିବା ବିଭିନ୍ନ ଭିତିଭୂମି ପ୍ରକଳ୍ପ, ସଡ଼କ ସରଂଚନା ବହୁମୁଖୀ ସଂଯୋଗ ବ୍ୟବସ୍ଥାର ବିକାଶ ଏବଂ ପିଏମ୍ ଗତିଶକ୍ତି ପୋର୍ଟାଲ ମାଧ୍ୟମରେ ପ୍ରକଳ୍ପଗୁଡ଼ିକର ଉନ୍ନତ ଯୋଜନା ପ୍ରସ୍ତୁତି ଓ ସମନ୍ୱିତ କାର୍ଯ୍ୟାନ୍ୱୟନ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।

ଏହା ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆଗାମୀ ଓଡ଼ିଶା ଗସ୍ତ ଅବସରରେ ନୂତନ ଭିତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ ହେବାକୁ ଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା।

ବୈଠକରେ ଓଡ଼ିଶା ବ୍ରିଜ୍ ଆଣ୍ଡ କନଷ୍ଟ୍ରକ୍ସନ କର୍ପୋରେସନର ପରିଚାଳନା ନିର୍ଦ୍ଦେଶକ ଅନୁପମ ସାହା, ଇଆଇସି ତଥା ସ୍ୱତନ୍ତ୍ର ଶାସନ ସଚିବ ଇଂ ଏଲ. କେ. ପାଢୀ, ଅର୍ଥ ପରାମର୍ଶଦାତା ଶ୍ରୀ ରତିକାନ୍ତ ମହାପାତ୍ର, ଇଆଇସି ସିଭିଲ ଇଂ ସତ୍ୟବ୍ରତ ବେହେରା, ଇଆଇସି ଡିଜାଇନ, ପ୍ଲାନିଂ ଓ କୋର୍ଡିନେସନ ଇଂ ସମୀର ହୋତା, ମୁଖ୍ୟଯନ୍ତ୍ରୀ ନାରାୟଣ ପଟେଲ, ମୁଖ୍ୟଯନ୍ତ୍ରୀ ପ୍ରିୟବ୍ରତ ସାମନ୍ତରାୟ, ମୁଖ୍ୟଯନ୍ତ୍ରୀ ଶିବବ୍ରତ ତରିଆଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande