ଖୋର୍ଦ୍ଧା ମେଡିକାଲେରେ ପୋଲିସକୁ ମାଡ଼ ମାରିବା ଘଟଣାରେ ଦୁଇ ଯୁବକ ଗିରଫ
ଖୋର୍ଦ୍ଧା, ୦୨ ଜୁନ୍ (ହି.ସ.) ଖୋର୍ଦ୍ଧା ମେଡିକାଲ୍ରେ ପୋଲିସକୁ ମାଡ଼ ମାରିବା ଘଟଣାରେ ଦୁଇ ଯୁବକ ଗିରଫ। ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ପୁଲିସ ହୋମ୍ଗାର୍ଡ଼ଙ୍କୁ ଦୁଇ ଜଣ ମଦ୍ୟପ ଯୁବକ ଚାପୁଡ଼ା ମାରିଥିବା ଘଟଣାରେ ଦୁଇ ଅଭିଯୁକ୍ତ ଯୁବକ ସମ୍ୟକ ତ୍ରିପାଠୀ(୨୯) ଓ ଦୁର୍ଗ
Girf


ଖୋର୍ଦ୍ଧା, ୦୨ ଜୁନ୍ (ହି.ସ.) ଖୋର୍ଦ୍ଧା ମେଡିକାଲ୍ରେ ପୋଲିସକୁ ମାଡ଼ ମାରିବା ଘଟଣାରେ ଦୁଇ ଯୁବକ ଗିରଫ।

ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ପୁଲିସ ହୋମ୍ଗାର୍ଡ଼ଙ୍କୁ ଦୁଇ ଜଣ ମଦ୍ୟପ ଯୁବକ ଚାପୁଡ଼ା ମାରିଥିବା ଘଟଣାରେ ଦୁଇ ଅଭିଯୁକ୍ତ ଯୁବକ ସମ୍ୟକ ତ୍ରିପାଠୀ(୨୯) ଓ ଦୁର୍ଗାପ୍ରସାଦ ସ୍ୱାଇଁ(୨୪)ଙ୍କୁ ପୋଲିସ ଗିରଫ କରିଛି। ଗିରଫ ସମ୍ୟକଙ୍କ ଘର ପୁରୀ ଜିଲ୍ଲା ବଳଙ୍ଗା ଥାନା ଜୋପାନ ଗାଁରେ ହୋଇଥିବା ବେଳେ ଦୁର୍ଗାଙ୍କର ଘର ପୁରୀ ଜିଲ୍ଲା ଚନ୍ଦନପୁର ଥାନା ନୂଆ ବଳିଆ ଗାଁରେ ବୋଲି ଜଣାପଡ଼ିଛି।

ପୋଲିସ ସୁଚନା ମୁତାବକ, ଦୁଇ ଅଭିଯୁକ୍ତ ଯୁବକ ନିଶାଶକ୍ତ ଅବସ୍ଥାରେ ବାଘମାରି ଥାନା ପୋଲିସ ଦ୍ୱାରା ଧରପଗଡ଼ ହୋଇଥିଲେ। ସେମାନଙ୍କୁ ପୋଲିସ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲା। ଡାକ୍ତରଖାନାରେ ପହଂଚିବା କ୍ଷଣି ଦୁଇ ଯୁବକ ବେଶ ହଙ୍ଗାମା ଆରମ୍ଭ କରି ଦେଇଥିଲେ। ଡାକ୍ତରଖାନାରେ ଡ୍ୟୁଟିରେ ଥିବା ହୋମ୍ଗାର୍ଡ଼ ସ୍ମୃତିରଞ୍ଜନ ଦାସଙ୍କ ସହିତ ଜୋର୍ ଝଗଡ଼ା କରିଥିଲେ। ମୋବାଇଲ୍ ନେଇଯିବାକୁ କେନ୍ଦ୍ର କରି ଏହି ଝଗଡ଼ା ହୋଇଥିଲା। ଝଗଡ଼ାକୁ ନେଇ ମେଡିକାଲର ଅନ୍ୟ ସିକ୍ୟୁରିଟି ଗାର୍ଡ଼, ରୋଗୀ ଓ ସମ୍ପର୍କୀୟ ସବୁ ଏକାଠି ହୋଇଥିଲେ। ସର୍ବସମ୍ମୁଖରେ ହୋମଗାର୍ଡ଼ଙ୍କ ଗାଲକୁ ଚାପୁଡ଼ା ପରେ ଚାପୁଡ଼ା ମାରିଥିଲେ ଅଭିଯୁକ୍ତ। ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏନେଇ ହୋମ୍ଗାର୍ଡ଼ଙ୍କ ଲିଖିତ ଅଭିଯୋଗ କ୍ରମେ ଟାଉନ୍ ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଛି।

----------------

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande