
ନୂଆଦିଲ୍ଲୀ, ୨ ଜୁନ(ହି.ସ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ତେଲେଙ୍ଗାନାର ପ୍ରତିଷ୍ଠା ଦିବସ ଅବସରରେ ସେଠାକାର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ ରାଜ୍ୟର ଏକ ମହାନ ଇତିହାସ ଏବଂ ଗୌରବମୟ ସଂସ୍କୃତି ରହିଛି। ତେଲେଙ୍ଗାନାର ବିକାଶ ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ସହଯୋଗ କରିବାକୁ ପ୍ରତିଶ୍ରୁତିବଦ୍ଧ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି କହିଛନ୍ତି, ରାଜ୍ୟ ପ୍ରତିଷ୍ଠା ଦିବସରେ ତେଲେଙ୍ଗାନାର ଜନସାଧାରଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ତେଲେଙ୍ଗାନାର ଲୋକମାନେ ସେମାନଙ୍କର ସୃଜନଶୀଳତା ଏବଂ ବ୍ୟବସାୟିକ କୁଶଳତା ପାଇଁ ଜଣାଶୁଣା। ରାଜ୍ୟର ଏକ ମହାନ ଇତିହାସ ଏବଂ ଏକ ଗୌରବମୟ ସଂସ୍କୃତି ରହିଛି ଯାହା ସାହସ, ଦୃଢ ସଂକଳ୍ପ ଏବଂ ସଂଘର୍ଷର ଭାବନା ଦ୍ୱାରା ଚିହ୍ନିତ ।
ସେ ଲେଖିଛନ୍ତି ଯେ କେନ୍ଦ୍ର ସରକାର ଏକ ବିକଶିତ ଭାରତର ସ୍ୱପ୍ନ ପୂରଣ କରିବା ଦିଗରେ ତେଲେଙ୍ଗାନାର ବିକାଶ ଆନ୍ଦୋଳନକୁ ସମ୍ପୂର୍ଣ୍ଣ ସମର୍ଥନ ଦେବାକୁ ପ୍ରତିଶ୍ରୁତିବଦ୍ଧ। ମୁଁ ପ୍ରାର୍ଥନା କରୁଛି ଯେ ତେଲେଙ୍ଗାନା ରାଜ୍ୟର ସମସ୍ତେ ଉତ୍ତମ ସ୍ୱାସ୍ଥ୍ୟ, ସୁଖ ଏବଂ ସଫଳତା ପାଇବେ ।
ତେଲେଙ୍ଗାନାର ଲୋକମାନେ ସେମାନଙ୍କର ନବସୃଜନ ଏବଂ କାର୍ଯ୍ୟ ଭାବନା ପାଇଁ ଜଣାଶୁଣା। ଏହି ରାଜ୍ୟ ନିଜର ସମୃଦ୍ଧ ସଂସ୍କୃତି ଏବଂ ଇତିହାସ ପାଇଁ ଜଣାଶୁଣା। ରାଜ୍ୟବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସଫଳତା ପାଇଁ ପ୍ରାର୍ଥନା କରୁଛି ।
--------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା