‘ସମଗ୍ର ଶିକ୍ଷା’ ଯୋଜନାର ଧାମନଗର ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଓ ଜନ ଶୁଣାଣି ଶିବିର
ଭଦ୍ରକ, ୨ ଜୁନ୍ (ହି.ସ.) - ସ୍କୁଲ ଛାତ୍ରଛାତ୍ରୀଙ୍କ ସାଧାରଣ ସୁରକ୍ଷା, ଉନ୍ନତ ପରିବେଶର ବିକାଶ ଏବଂ ସର୍ବାଙ୍ଗୀନ ଉନ୍ନତିକୁ ଦୃଷ୍ଟିରେ ରଖି ଧାମନଗର ପଂଚାୟତ ସମିତି ସଭାଗୃହଠାରେ ‘ସମଗ୍ର ଶିକ୍ଷା’ ଯୋଜନା ସମ୍ପର୍କିତ ଏକ ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଓ ଜନ ଶୁଣାଣି ଶିବିର ମଙ୍ଗଳବାର ଦିନ ଅନୁଷ୍ଠି
SAMAGRA SIKHYA YOJANA AT DHAMNAGAR


ଭଦ୍ରକ, ୨ ଜୁନ୍ (ହି.ସ.) - ସ୍କୁଲ ଛାତ୍ରଛାତ୍ରୀଙ୍କ ସାଧାରଣ ସୁରକ୍ଷା, ଉନ୍ନତ ପରିବେଶର ବିକାଶ ଏବଂ ସର୍ବାଙ୍ଗୀନ ଉନ୍ନତିକୁ ଦୃଷ୍ଟିରେ ରଖି ଧାମନଗର ପଂଚାୟତ ସମିତି ସଭାଗୃହଠାରେ ‘ସମଗ୍ର ଶିକ୍ଷା’ ଯୋଜନା ସମ୍ପର୍କିତ ଏକ ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଓ ଜନ ଶୁଣାଣି ଶିବିର ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ୨୦୨୧-୨୨ ଓ ୨୦୨୨-୨୩ ଆର୍ôଥକ ବର୍ଷର ‘ସମଗ୍ର ଶିକ୍ଷା’ ଯୋଜନା ଅନ୍ତର୍ଗତ କାର୍ଯ୍ୟକ୍ରମଗୁଡ଼ିକର ସାମାଜିକ ସମୀକ୍ଷା କରାଯାଇଥିଲା। କାର୍ଯ୍ୟକ୍ରମରେ ଧାମନଗର ଶିକ୍ଷା ମଣ୍ଡଳ ଓ ଓସାଟ ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଥିଲା। ଅତିଥି ଭାବେ ଧାମନଗର ପଂଚାୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା,ମନ୍ତ୍ରୀ ଙ୍କ ପ୍ରତିନିଧି ଅଶୋକ କୁମାର ପୁହାଣ, ବିଡ଼ିଓ ବନ ବିହାରୀ ଦିନ୍ଧା ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ସଂମ୍ପର୍କ ରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବ୍ଲକ ଶିକ୍ଷାଧିକାରୀ ଡ. ପ୍ରଫୁଲ୍ଲ ସାହୁ ଙ୍କ ସଂଚାଳନା। ବି ଆରସି ଶ୍ରୀ ହୀମସେନ ହୋ , ଏବିଇଓ ସତ୍ୟପ୍ରିୟ ସୁନ୍ଦର ପରିଡା, ଡି ଏସ ଏ ସତ୍ୟ ଜିତି ପୃଷ୍ଟି,। ଜିଲ୍ଲା ସାମାଜିକ ସମୀକ୍ଷକ ବିଭୁଦତ ରାଉତ ପ୍ରମୁଖ ଉପସ୍ଥିତ ଶିକ୍ଷକ,ଶିକ୍ଷୟତ୍ରୀ, ଭି ଆର ପି ଓ ପରିଚାଳନ କମିଟି ର ସଦସ୍ୟ ମାନଙ୍କୁ ନେଇ ଉକ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରା ଯାଇଥିଲା।ବିଦ୍ୟାଳୟ ର ବିଭିନ୍ନ ସୁବିଧା ଅସୁବିଧା ଓ ତାର ନିରାକରଣ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande