
ନୂଆଦିଲ୍ଲୀ, ୨ ଜୁନ୍ (ହି.ସ.)- ସର୍ବୋଚ୍ଚ ନ୍ୟାୟାଳୟକୁ ୫ ଜଣ ନୂଆ ବିଚାରପତି ମିଳିଛି । ମଙ୍ଗଳବାର ଦିନ ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଏହି ୫ ଜଣ ବିଚାରପତିଙ୍କୁ ଶପଥ ପାଠ କରାଇଥିଲେ । ଏହି ୫ ଜଣ ବିଚାରପତିଙ୍କ ସହ ସୁପ୍ରିମକୋର୍ଟରେ ମୋଟ୍ ବିଚାରପତିଙ୍କ ସଂଖ୍ୟା ୩୭କୁ ବୃଦ୍ଧି ପାଇଛି ।
ଜଷ୍ଟିସ୍ ଶୀଲ ନାଗୁ, ଜଷ୍ଟିସ୍ ଶ୍ରୀ ଚନ୍ଦ୍ରଶେଖର, ଜଷ୍ଟିସ୍ ସଞ୍ଜୀବ ସଚଦେବ, ଜଷ୍ଟିସ୍ ଅରୁଣ ପାଲି ଏବଂ ଜଷ୍ଟିସ୍ ବି ମୋହନଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ପାଠ କରାଇଥିଲେ ପ୍ରଧାନ ବିଚାରପତି । ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ସୁପ୍ରିମକୋର୍ଟରେ ବିଚାରପତିମାନଙ୍କୁ ନିଯୁକ୍ତ କରାଯାଇଥିଲା । ସୁପ୍ରିମକୋର୍ଟ କଲେଜିୟମ ମଇ ୨୨ ଏବଂ ୨୭ ତାରିଖରେ ଅନୁଷ୍ଠିତ ବୈଠକରେ ଏହି ବିଚାରପତିମାନଙ୍କୁ ନିଯୁକ୍ତି ଦେବା ଲାଗି ସୁପାରିଶ କରିଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ