ସତ୍ୟପ୍ରିୟ ସାମଲ ଜିଲ୍ଲା କଂଗ୍ରେସ ସଙ୍ଗଠନ ଉପସଭାପତି
କେନ୍ଦ୍ରାପଡ଼ା, ୦୨ ଜୁନ୍(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ କମିଟିର ସାଂଗଠନିକ ଉପସଭାପତି ଭାବରେ ସତ୍ୟପ୍ରିୟ ସାମଲଙ୍କୁ ଜିଲ୍ଲା ସଭାପତି ଦେବସ୍ମିତା ଶର୍ମା ଦାୟିତ୍ୱ ଦେଇଛନ୍ତି। ସେଥିପାଇଁ ଶ୍ରୀ ସାମଲ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ, ପ୍ରଦେଶ କଂଗ୍ରେସ କମିଟିର ସଂଗଠିନିକ ଉ
---------------ସତ୍ୟପ୍ରିୟ ସାମଲ ଜିଲ୍ଲା କଂଗ୍ରେସ ସଙ୍ଗଠନ ଉପସଭାପତି


କେନ୍ଦ୍ରାପଡ଼ା, ୦୨ ଜୁନ୍(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ କମିଟିର ସାଂଗଠନିକ ଉପସଭାପତି ଭାବରେ ସତ୍ୟପ୍ରିୟ ସାମଲଙ୍କୁ ଜିଲ୍ଲା ସଭାପତି ଦେବସ୍ମିତା ଶର୍ମା ଦାୟିତ୍ୱ ଦେଇଛନ୍ତି। ସେଥିପାଇଁ ଶ୍ରୀ ସାମଲ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ, ପ୍ରଦେଶ କଂଗ୍ରେସ କମିଟିର ସଂଗଠିନିକ ଉପସଭାପତି ସନ୍ତୋଷ ସିଂ ସାଲୁଜା, ପ୍ରଦେଶ କଂଗ୍ରେସ କମିଟିର କୋଷାଧ୍ୟକ୍ଷ ସିଦ୍ଧାର୍ଥ ସ୍ୱରୂପ ଦାଶ ଓ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଡଃ ଦେବସ୍ମିତା ଶର୍ମାଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଦେଇଛନ୍ତି। ଏଥିସହିତ କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସର ସମସ୍ତ ବରିଷ୍ଠ ନେତୃବୃନ୍ଦ, କର୍ମକର୍ତା ଓ କର୍ମୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦଳ ଶ୍ରୀ ସାମଲଙ୍କ ଉପରେ ରଖିଥିବା ଏହି ବିଶ୍ୱାସ ଓ ଦାୟିତ୍ୱକୁ ନିଷ୍ଠା, ସମର୍ପଣ ଓ ସତତାର ସହ ପାଳନ କରିବେ ଏବଂ ଜିଲ୍ଲାରେ ସଂଗଠନକୁ ଆହୁରି ସୁଦୃଢ଼ କରିବା ପାଇଁ ପ୍ରତିଶୃତିି ଦେଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande