
ଜୟପୁର, ୦୨ ଜୁନ୍ (ହି.ସ.) - ଜୟପୁର ସହରର ଟ୍ରାଫିକ ସମସ୍ୟା ରେ ସୁଧାର ଆଣିବା ପାଇଁ ଉପଜିଲ୍ଲାପାଳ ଜୁନ ୧ ତାରିଖ ଠାରୁ କଡା ପଦକ୍ଷେପ ନେବା ପାଇଁ ଯେଉଁ ନୋଟିସ ଜାରି କରିଥିଲେ ସେନେଇ ଆଜି ଟାଉନ ପୁଲିସ ପକ୍ଷରୁ ରାସ୍ତା ପାର୍ଶ୍ୱ ବସ ପାର୍କିପ୍ସକୁନେଇ ପଦକ୍ଷେପ ନିଆଯାଇଛି। ଆଜି ସକାଳୁ ଏସଡିପିଓ ଅର୍ଚ୍ଚିତା ମିତଲ ଓ ଟାଉନଥାନା ଅଧିକାରୀ ଉଲ୍ଲାସ ରାଉତ ଉପସ୍ଥିତ ରହି ରାସ୍ତା କଡରେ ଥିବା ସମସ୍ତ ଗାଡି ଗୁଡିକୁ ଉଠାଇବା ସହ ରାସ୍ତାକଡରେ ମଦ ନ ପିଇବାକୁ ତାଗିଦ କରିଥିଲେ। ପାରାବେଡା ଏବଂ ପୁରୁଣା ବସଷ୍ଟାଣ୍ଡ ଅଂଚଳରେ ଯାତ୍ରୀବାହୀ ବସ ଗୁଡିକର ବେଆଇନ ପାର୍କିଂ ଓ ଯାତ୍ରୀ ଉଠାଇବା ନେଇ ଏସଡିପିଓଙ୍କ ରିପୋର୍ଟ ଆଧାରରେ ଉପଜିଲ୍ଲାପାଳ ଯଦୁମଣି ନାୟକ ନିଷେଧାଦେଶ ଜାରୀ କରିଥିଲେ। ଉପଜିଲ୍ଲାପାଳଙ୍କ ଏହି ନିର୍ଦ୍ଧେଶ ନାମା ୬୦ଦିନ ପର୍ଯ୍ୟନ୍ତ ବଳବତର ରହିବାକୁ ନୋଟିସ କରାଯାଇଛି। ଯଦି କେହି ଏହାକୁ ଉଲଘପ୍ସନ କରନ୍ତି ତେବେ ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଆଦେଶକୁ କଡାକଡି ଭାବେ ପାଳିବା ପାଇଁ ଟାଉନଥାନା ଅଧିକାରୀ ଉଲ୍ଲାସ ରାଉତ ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି