
ନୂଆଦିଲ୍ଲୀ, ୦୨ ଜୁନ୍(ହି.ସ.) – କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ବୁଧବାର ଦିନ ଏସ୍ସି, ଏସ୍ଟି ଉଦ୍ୟୋଗୀ ଏବଂ ଉଦ୍ଭାବକମାନଙ୍କ ସଫଳତା କାହାଣୀକୁ ପ୍ରଦର୍ଶିତ କରୁଥିବା ଆକାଂକ୍ଷା ଠାରୁ ସଫଳତା ପର୍ଯ୍ୟନ୍ତ’ ପ୍ରଦର୍ଶନୀକୁ ଉଦଘାଟନ କରିବେ। ମନ୍ତ୍ରଣାଳୟ ଅନୁଯାୟୀ, ଫ୍ରମ୍ ଆସ୍ପିରେସନ୍ ଟୁ ଆଚିଭମେଂଟ: ସକ୍ସେସ ଷ୍ଟୋରୀସ୍ ଅଫ୍ ଏଂଟରପ୍ରେନରସ୍ ଆଣ୍ଡ ଇନୋଭେଟର୍ସ ଶୀର୍ଷକ ପୁସ୍ତିକାକୁ ଦିଲ୍ଲୀରେ ଉନ୍ମୋଚନ କରାଯିବ। ଏହି କାର୍ଯ୍ୟକ୍ରମ ସମୟରେ ଭେଂଟର କ୍ୟାପିଟାଲ ଫଣ୍ଡ ଏବଂ ଏ.ଏସ୍.ଆଇ.ଆଇ.ଏମ୍.ର ପଦକ୍ଷେପଗୁଡ଼ିକର ପ୍ରଭାବ ଉପରେ ଆଲୋକପାତ କରୁଥିବା ଏକ ସଂକଳନ ମଧ୍ୟ ଉନ୍ମୋଚନ କରାଯିବ।
ଏହି ପୁସ୍ତିକାରେ ଅନୁସୂଚିତ ଜାତି ଭେଂଟର କ୍ୟାପିଟାଲ ଫଣ୍ଡ, ପଛୁଆ ବର୍ଗ ଭେଂଟର କ୍ୟାପିଟାଲ ଫଣ୍ଡ ଏବଂ ଆମ୍ବେଦକର ସୋସିଆଲ ଇନୋଭେସନ୍ ଆଣ୍ଡ ଇନକ୍ୟୁବେସନ ମିଶନ(ଏ.ଏସ୍.ଆଇ.ଆଇ.ଏମ୍.) ଅଧୀନରେ ସମର୍ôଥତ ଉଦ୍ୟୋଗୀ ଏବଂ ଉଦ୍ଭାବକମାନଙ୍କ ପ୍ରେରଣାଦାୟୀ କାହାଣୀ ଉପସ୍ଥାପନ କରାଯାଇଛି। ସଫଳ ଉଦ୍ୟୋଗ ପ୍ରତିଷ୍ଠା, ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଆର୍ôଥକ ଅଭିବୃଦ୍ଧିରେ ଯୋଗଦାନ ପାଇଁ ଆର୍ôଥକ ସହାୟତା, ଇନକ୍ୟୁବେସନ ସହାୟତା ଏବଂ ସଂସ୍ଥାଗତ ସହାୟତାର ଲାଭ ଉଠାଇଥିବା ହିତାଧିକାରୀଙ୍କ ପରିବର୍ତନଶୀଳ ଯାତ୍ରାକୁ ଏହା ବର୍ଣ୍ଣନା କରିଛି। ଏହି ଅବସରରେ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ, ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗର ସଚିବ, ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏବଂ ଆଇଏଫସିଆଇ ଭେଂଟର କ୍ୟାପିଟାଲ ଫଣ୍ଡସ୍ ଲିମିଟେଡର ପ୍ରତିନିଧିମାନେ ଉପସ୍ଥିତ ରହିବେ। ଏହି କାର୍ଯ୍ୟକ୍ରମ ଉଦ୍ୟୋଗୀତା ଆଧାରିତ ସଶକ୍ତିକରଣର ସଫଳ ମଡେଲ ପ୍ରଦର୍ଶନ କରିବା ଏବଂ ସାରା ଦେଶରେ ଆକାଂକ୍ଷୀ ଉଦ୍ୟୋଗୀମାନଙ୍କୁ ପ୍ରେରଣା ଦେବା ପାଇଁ ଏକ ମଂଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି