ମହିଳାଙ୍କ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
ଝାରସୁଗୁଡ଼ା, ୨ ଜୁନ୍ (ହି.ସ.)- ଝାରସୁଗୁଡା ସହରର ପୁରୁଣା ବସଷ୍ଟାଣ୍ଡ ନିକଟରୁ ମଙ୍ଗଳବାର ସକାଳୁ ଜଣେ ଅଜଣା ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଥିବା ବେଳେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ଝାରସୁଗୁଡା ଜିଆରପି ପୋଲିସ ସୂଚନା ଦେଇଛନ୍ତି |
ମହିଳାଙ୍କ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ


ଝାରସୁଗୁଡ଼ା, ୨ ଜୁନ୍ (ହି.ସ.)- ଝାରସୁଗୁଡା ସହରର ପୁରୁଣା ବସଷ୍ଟାଣ୍ଡ ନିକଟରୁ ମଙ୍ଗଳବାର ସକାଳୁ ଜଣେ ଅଜଣା ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଥିବା ବେଳେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ଝାରସୁଗୁଡା ଜିଆରପି ପୋଲିସ ସୂଚନା ଦେଇଛନ୍ତି | ମଙ୍ଗଳବାର ସକାଳେ ସ୍ଥାନୀୟ ଲୋକେ ମୃତଦେହଟିକୁ ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଝାରସୁଗୁଡା ଏସପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର ଏବଂ ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣାସ୍ଥଳଟି ଝାରସୁଗୁଡା ଜିଆରପି ପୋଲିସ ଅଂଚଳରେ ଆସୁଥିବାରୁ ଜି.ଆର.ପି. ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା |

ସୂଚନା ଅନୁସାରେ, ମୃତଦେହରେ ଏକାଧିକ ଆଘାତ ଚିହ୍ନ ଥିବାରୁ ଏହା ଏକ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ପ୍ରାଥମିକ ତଦନ୍ତରୁ ଦୁଷ୍କର୍ମ ପରେ ମହିଳାଙ୍କୁ ହତ୍ୟା କରାଯାଇଥିବା ଆଶଙ୍କା ମଧ୍ୟ ପ୍ରକାଶ ପାଇଛି। ମୃତ ମହିଳାଙ୍କ ନାମ ବାସନ୍ତି ମାଝୀ (୩୫) ବୋଲି ଜଣାପଡ଼ିଛି। ସେ ଛତିଶଗଡ ରାଜ୍ୟର ମୂଳ ନିବାସୀ ହୋଇଥିବା ବେଳେ ଗତ କିଛି ମାସ ହେବ ଝାରସୁୁଗୁଡାର ପୁରୁଣାବସ୍ତିରେ ସ୍ୱାମୀ ସ୍ତ୍ରୀ କାମ କରୁଥିବା ଜିଆରପି ପୋଲିସ ପକ୍ଷରୁ କୁହାଯାଇଛି। ଏ ସଂକ୍ରାନ୍ତରେ ଜି ଆର୍ ପି କେସ ନମ୍ବର ୪୧/୨୦୨୬ ରେ ଏକ ମାମଲା ରୁଜୁ କରାଯାଇ ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଛି | ଏନେଇ ତଦନ୍ତ କରାଯାଉଛି ବୋଲି ଜିଆରପି ଆଇଆଇସି ରେଶମା ଏକ୍କା ସୂଚନା ଦେଇଛନ୍ତି |

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande