ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ୟବହାର ପାଇଁ ପ୍ରଶିକ୍ଷଣ ଶିବିର
ବଲାଙ୍ଗୀର, ୦୨ ଜୁନ୍(ହି.ସ.) – ବଲାଙ୍ଗୀର ଜିଲ୍ଲା ସଂସ୍କୃତି ଭବନ ପରିସରରେ ଆଜି ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ୟବହାର ପାଇଁ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରରେ ମନୋରଞ୍ଜନ ପାଣିଗ୍ରାହୀ, ଡକ୍ଟର ସଞ୍ଜୟ କୁମାର ପଣ୍ଡା, ଡକ୍ଟର ବିପ୍ଲବ ରଞ୍ଜନ ପ୍ରଧାନ ଡକ୍ଟର ସିଦ୍ଧାନ୍ତ ଶଙ୍କର ପା
ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ୟବହାର ପାଇଁ ପ୍ରଶିକ୍ଷଣ ଶିବିର


ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ୟବହାର ପାଇଁ ପ୍ରଶିକ୍ଷଣ ଶିବିର


ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ୟବହାର ପାଇଁ ପ୍ରଶିକ୍ଷଣ ଶିବିର


ବଲାଙ୍ଗୀର, ୦୨ ଜୁନ୍(ହି.ସ.) – ବଲାଙ୍ଗୀର ଜିଲ୍ଲା ସଂସ୍କୃତି ଭବନ ପରିସରରେ ଆଜି ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ୟବହାର ପାଇଁ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରରେ ମନୋରଞ୍ଜନ ପାଣିଗ୍ରାହୀ, ଡକ୍ଟର ସଞ୍ଜୟ କୁମାର ପଣ୍ଡା, ଡକ୍ଟର ବିପ୍ଲବ ରଞ୍ଜନ ପ୍ରଧାନ ଡକ୍ଟର ସିଦ୍ଧାନ୍ତ ଶଙ୍କର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ଶିବିରରେ ଶବ୍ଦଭଣ୍ଡାରର ବ୍ୟାବହାରିକ ରୂପ, ଓଡ଼ିଆ ଲିଖନର ସାଧାରଣ ଭ୍ରାନ୍ତି ନିରାକରଣ, ସରକାରୀ କାର୍ଯ୍ୟରେ ଓଡ଼ିଆ ବ୍ୟବହାରର ସମସ୍ୟା ଓ ସମାଧାନ, ଇଂରାଜୀରୁ ଓଡ଼ିଆ ଟିପ୍ପଣୀ, ଚିଠି ଓ ଆଦେଶନାମା, ଅନୁବାଦ, କାର୍ଯ୍ୟାଳୟ ପତ୍ର ବିନିମୟ, ସଂକ୍ଷେପାକ୍ଷର ପ୍ରୟୋଗ, ବାକ୍ୟଗଠନ ଓ ଚିହ୍ନ ପ୍ରୟୋଗ, ଯୋଗାଯୋଗ କ୍ଷେତ୍ରରେ ପାରଦର୍ଶିତା ବୃଦ୍ଧି ଓ ପ୍ରଶାସନିକ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ୟବହାର ପାଇଁ ପ୍ରୋତ୍ସାହନ ଇତ୍ୟାଦି ବିଷୟରେ ପ୍ରଶିକ୍ଷଣ, ଆଲୋଚନା ହୋଇଥିଲା। ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀରଞ୍ଜନ ମିଶ୍ର ଏହି ଶିବିର ପରିଚାଳନା କରିଥିଲେ। ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ବ୍ଲକ, ତହସିଲ ଓ କାର୍ଯ୍ୟାଳୟର ଅଧିକାରୀ, ବରିଷ୍ଠ ଓ କନିଷ୍ଠ ରାଜସ୍ୱ ସହାୟକ, ସରକାରୀ କର୍ମଚାରୀ ବୃନ୍ଦ ଏହି ଶିବିରରେ ଉପସ୍ଥିତ ରହିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande