
ଜୟପୁର, ୨ ଜୁନ୍ (ହି.ସ.)- ଜୟପୁର ସରକାରୀ ବସଷ୍ଟାଣ୍ଡର ସମସ୍ୟା ସମାଧାନ କରିବାକୁ ବିଜେଡି ତରଫରୁ ଦାବି କରାଯାଇଛି । ଏନେଇ ଆଜି ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ବିଜେଡିର କାର୍ଯ୍ୟକାରି ସଭାପତି ଦୁର୍ଗା ମିଶ୍ରଙ୍କ ନେତୃତ୍ଵରେ ଓଏସଆରଟିସିର ଡିଟିଏମ ଅରୋଶୀ ସାହୁଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି ।
ଉକ୍ତ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ନୂତନ ସରକାରୀ ବସଷ୍ଟାଣ୍ଡଟି ୨ ବର୍ଷ ହେବ ଚାଲୁ ଅଛି । ବସଷ୍ଟାଣ୍ଡ ନିକଟରେ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ଜେଇଏଲସି ଉଚ୍ଚ ବିଦ୍ୟାଳୟ ଅଳ୍ପ କିଛି ଦୂରରେ ଜିଲା ଜଜ କୋର୍ଟ, ଜିଲା ଖାଦ୍ୟ ଯୋଗାଣ ଅଧିକାରିଙ୍କ କାର୍ଯ୍ୟ।ଳୟ ବାଣିଜ୍ୟକର ବିଭାଗ, ବନ ବିଭାଗ କାର୍ଯ୍ୟ।ଳୟ ତଥା ଜିଏସଟି କାର୍ଯ୍ୟ।ଳୟ ରହିଛି । ଏହାସହ ଜାତୀୟ ରାଜପଥ ମଧ୍ୟରେ ଅନେକ ବ୍ୟବସାୟୀକ ଅନୁଷ୍ଠାନ ରହିଅଛି । ପ୍ରତିଦିନ ହଜାର ହଜାର ଲୋକଙ୍କ ସହ ଯାନବାହନ ଯାତାୟତ କରୁଅଛି । କିନ୍ତୁ ଏଠାରେ ଏଟିଏମ ଏବଂ ଡର୍ମେଟରି ନଥିବା ଯୋଗୁଁ ଯାତ୍ରୀ ତଥା ସାଧାରଣ ଜନତା ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେଣୁ ବିଭାଗ ତୁରନ୍ତ ଏଠାରେ ଏଟିଏମ ସହ ଡର୍ମେଟରି ସ୍ଥାପନ କଲେ ସାଧାରଣ ଜନତା ଉପକୃତ ହେବେ । ଏହା ସହ ବିଶୁଦ୍ଧ ପାନୀୟ ଜଳ, କ୍ଲକ ରୁମ, ସ୍ଥାପନା କରିବାକୁ ଦାବି ରହିଛି । ଜୟପୁର ସହର ଠାରୁ ରେଳ ଷ୍ଟେସନ ୫ କି.ମି. ଦୂରତା, ବିମାନ ବନ୍ଦର, ଘରୋଇ ବସଷ୍ଟାଣ୍ଡ, ଜିଲା ମୁଖ୍ୟ ଚିକିତ୍ସାଳୟ, ପ୍ରସାରଓପେଟା, ବାରିଣିପୁଟକୁ ଯୋଗାଯୋଗ କରିବାକୁ ସିଟି ବସ ଚଳାଚଳ କରିବାକୁ ଦାବି କରାଯାଇଛି । ସିଟି ବସ ନଥିବା ଯୋଗୁଁ ସହର ଭିତରେ ଜୟପୁର ବାସୀ ହଇରାଣ ହେଉଛନ୍ତି । ତେଣୁ ସିଟି ବସ ଚଳାଚଳ କରିବାକୁ ଦାବି କରିଥିଲେ । ଜୟପୁର- ରାୟପୁର, ଜୟପୁର -ତିରୁପତି, ହାଇଦ୍ରାବାଦ-ବାଙ୍ଗାଲୁର ପର୍ଯ୍ୟନ୍ତ ଦ୍ରୁତଗାମୀ ବସ୍ ଚଳାଚଳ କରିବା ସହ ପରିବେଶ ସ୍ୱଛ ରଖିବା ପାଇଁ ଦାବି କରାଯାଇଛି । ବସଷ୍ଟାଣ୍ଡ ଅଳିଆ ଅବର୍ଜନା ରହୁଛି ତାହାକୁ ସ୍ୱଛ ରଖିବାକୁ ଦାବି କରାଯାଇଛି । ବିଭାଗୀୟ ଅଧିକାରି ଉଚ୍ଚ ପ୍ରଦସ୍ଥ ଅଧିକାରିଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ ବୋଲି ବୋଲି ପ୍ରତିଶୃତି ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି