
ଭୁବନେଶ୍ୱର,୦୨ ଜୁନ (ହି.ସ)- ସବ୍ ରେଜିଷ୍ଟ୍ରାର ଅଫିସରେ ଦଲାଲଙ୍କ ଫଟୋ ଲଗାଯିବ। ସ୍ମାର୍ଟ ସର୍ଭିଲାନ୍ସ ସିଷ୍ଟମ ଜରିଆରେ ଦଲାଲମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଫଟୋ ଲଗାଯିବ।ସମସ୍ତ ରାଜସ୍ୱ ଏବଂ ତହସିଲ ଅଫିସରେ ଲାଗିବ ସ୍ମାର୍ଟ ସର୍ଭିଲାନ୍ସ ସିଷ୍ଟମ। ଫିଲ୍ଡ ଭିଜିଟ ବେଳେ ବି ଅଧିକାରୀଙ୍କୁ ଟ୍ରାକିଂ କରାଯିବ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି ଦଣ୍ଡ ବିଧାନ ଏବଂ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ଏସଓପି ଆସିବ। ଏସଓପି ପ୍ରସ୍ତୁତ ପାଇଁ କମିଟି ଗଠନ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା