
ଭୁବନେଶ୍ୱର, 02 ଜୁନ୍ (ହି.ସ.)- ପୂର୍ବତନ
ମୁଖ୍ୟମନ୍ତ୍ରୀ ବିଶ୍ୱନାଥ ଦାସଙ୍କ ପୁଣ୍ୟତିଥିରେ ତାଙ୍କ ସ୍ମୃତିଚାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ
ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାନ ସ୍ୱାଧୀନତା
ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଶ୍ୱନାଥ ଦାସଙ୍କ ପୁଣ୍ୟତିଥିରେ ଭକ୍ତିପୂତ
ଶ୍ରଦ୍ଧାଞ୍ଜଳି।
ମୁଖ୍ୟମନ୍ତ୍ରୀ କହିଛନ୍ତି
ଯେ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନଠାରୁ ଆରମ୍ଭ କରି ଦେଶର ସ୍ୱାଧୀନତା ସଂଗ୍ରାମ
ପର୍ଯ୍ୟନ୍ତ ରାଜ୍ୟର ପ୍ରଗତିରେ ତାଙ୍କର ଅତୁଳନୀୟ ଅବଦାନ ସଦା ସ୍ମରଣୀୟ। ତାଙ୍କର ସ୍ୱାଭିମାନ, ସେବା ଓ ତ୍ୟାଗର ଆଦର୍ଶ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା