
ପୁରୀ, ୨ ଜୁନ୍ (ହି.ସ.)- ଜିଲ୍ଲାପାଳଙ୍କ ସର୍କିଟ ହାଉସ୍ ଠାରେ ଅଗ୍ନିଶମ ବିଭାଗର ଡି.ଜି ସୁଧାଂଶୁ ଷଡଙ୍ଗୀ ରଥଯାତ୍ରା ୨୦୨୬ପାଇଁ ଫାୟାର ପ୍ରୋଟେକ୍ସନ ଓ ରେସକ୍ଯୁ ଉପରେ ସମୀକ୍ଷା କରିଥିଲେ । ପ୍ରଥମେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଡି.ଜି.ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ । ରଥଯାତ୍ରା ପାଇଁ ଭକ୍ତଙ୍କର ସମାଗମ ପାଇଁ ଏକ ଟିମ୍ ଗଠନ କରିଛନ୍ତି । ସେଥିରେ ଅଛନ୍ତି ମ୍ୟୁନିସିପାଲିଟି କମିସନର୍ ଓ ମେଡିକାଲଟିମ୍, ପୋଲିସ୍, ଫାୟାର ଟିମ୍ । ପ୍ରଥମେ କର୍ଡନ ଭିତରେ ଓ ବାହାରେ କୌଣସି ଲୋକ ନ ପସିପାରିବେ ସେ ବ୍ୟବସ୍ଥା ହେବ । ସେମାନଙ୍କ ଟିମ୍ କଡନ ଭିତରେ ରହିବେ । କୌଣସି ଛୋଟପିଲା ବା ବୃଦ୍ଧାଲୋକ ଯଦି ସଂଜ୍ଞାହୀନ ହୋଇପଡନ୍ତି ପ୍ରଥମେ ଫାୟାର ବ୍ରିଗ୍ରେଡ୍ ମାନେ ଷ୍ଟ୍ରେଚରରେ ତାଙ୍କୁ ନେଇ ପ୍ରଥମେ ଅକ୍ସିଜେନ ଦେଇ ଡାକ୍ତରଖାନା ପର୍ଯ୍ୟନ୍ତ ପହଞ୍ଚାଇବେ । ଏଣୁ ସେଥିପାଇଁ କର୍ଡନ ବାହାରପାର୍ଶ୍ଵ ଓ ଭିତର ପାର୍ଶ୍ଵରେ ସମସ୍ତେ ପ୍ରୋଟେକ୍ସନ ପାଇଁ ଆଲର୍ଟ ହୋଇ ରହିବେ । ଦ୍ଵିତୀୟରେ ପ୍ରାଇଭେଟ୍ ଏନଜିଓ ବା ଇଣ୍ଡଷ୍ଟ୍ରି ମାନେ ରଥରେ ଖାଦ୍ୟ ଓ ପାନୀୟ ନ ବାଣ୍ଟିବେ ସେଥିପ୍ରତି ସତର୍କ ଦୃଷ୍ଟି ଦିଆଯିବ | କେବଳ ସରକାରୀ ଭାବରେ କୌଣସି ଏନଜିଓ ବା ଖାଦ୍ୟ ପାନୀୟ ଯୋଗାଣ ସଂସ୍ଥା ଯୋଗାଇପାରିବେ । ତୃତୀୟରେ ପ୍ରତ୍ୟେକ ଛକରେ ଓ ଯେଉଁଠି ଜଳଗହଳି ହୋଇଥିବ ସେଠାରେ ରେସକ୍ଯୁ ଟିମ୍ ରହିବେ । ଚତୁର୍ଥରେ ପୁରୀରେ ଲଜ୍ ଓ ହୋଟେଲ ପ୍ରାୟ ୧୮୦୦ ଥିବାର ନଜରରେ ଆସିଛି । ସେଥିମଧ୍ୟରୁ ୩୦ ରୁ ୪୦ ଜଣ ଫାୟାର ସେଫ୍ଟି ଲାଇସେନ୍ସ କରିଛନ୍ତି । ଅନ୍ୟମାନେ କେହି କରିନାହାନ୍ତି । ଯଦି କୌଣସି ହୋଟେଲ୍ ବା ଲଜ୍ ରେ ଅଗ୍ନିକାଣ୍ଡ ଘଟେ ସେଥିରେ ମଣିଷ ଜୀବନ ଓ ଧନହାନୀ କ୍ଷତିହୁଏ । ସେଥିପାଇଁ ଆଜିଠାରୁ ପୋଲିସ୍ ଏସ୍.ପି.ଙ୍କୁ ରେଡ୍ କରିବା ପାଇଁ ହୋଟେଲ ଓ ଲଜ୍ ରେଡ୍ କରିବା ପାଇଁ ନିର୍ଦେଶ ଦେଇଥିଲେ । ସେଥିପାଇଁ ଆଗୁଆ ଅତିରିକ୍ତ ଜିଲ୍ଲାପାଳଙ୍କୁ ନୋଟିସ୍ ଜାରି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଶାନ୍ତି ଶୃଙ୍ଖଳା ସହ ରଥଯାତ୍ରା ଯେପରି ଭଲରେ କଟିବ କୌଣସି ପ୍ରାକୃତିକ ବିପର୍ଯ୍ୟସ୍ତ ନହୁଏ ସେଥିପାଇଁ ମୁକାବିଲା କରିବା ପାଇଁ ସେ ସମସ୍ତ ଅଗ୍ନିଶମ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ ।
ଉକ୍ତ ବୈଠକରେ ମ୍ୟୁନିସିପାଲଟି କମିଶନର ଅରୁଗୁଳା ସ୍ନେହା, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ)ଶରତଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶରତଚନ୍ଦ୍ର ମହାପାତ୍ର, ସି.ଡି.ଏମ୍ ଓ ଅକ୍ଷୟ କୁମାର ଶତପଥି , ମୁଖ୍ୟ ଅଗ୍ନିଶମ ଅଧିକାର( ଏସ୍.ଏ. ଜି) ଦେବେନ୍ଦ୍ର କୁମାର ସ୍ବାଇଁ, ଚିଫ୍ ଫାୟାର ଅଫିସର ଓଡ଼ିଶା ରମେଶଚନ୍ଦ୍ର ମାଝି, ଫାୟାର ଅଫିସର ସେଣ୍ଟ୍ରାଲ ରେଞ୍ଜ ତିଲୋକ କୁମାର ବାବୁ, ଡେପୁଟି ଫାୟାର ଅଫିସର ସନ୍ତୋଷ ପାଣିଗ୍ରାହୀ, ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ଡେପୁଟି କଲେକ୍ଟର ଅନୁଶ୍ରବା ଗନ୍ତାୟତ, ଅତିରିକ୍ତ ଏସପି - ସୁଶୀଲ କୁମାର ମିଶ୍ର, ଅତିରିକ୍ତ ଏସ୍.ପି ଡିଆଇବି - ସ୍ମୃତିରଞ୍ଜନ ମଲ୍ଲିକ, ଫାୟାରଷ୍ଟେସନ ଅଫିସର – ଜିଜ୍ଞାସା ବେହେରା, ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଦୀପ୍ତ କୁମାର ସେନାପତିଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ବିଜୟ