
ଗଞ୍ଜାମ, ୨ ଜୁନ୍ (ହି.ସ.)- ଗଞ୍ଜାମ ଜିଲା ସୋରଡା ଥାନା ଅନ୍ତର୍ଗତ ଦାନ୍ତ ଲିଙ୍ଗ ଛକରେ ଥିବା ଏକ ଚା ଦୋକାନରେ ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଲିକ୍ ହୋଇ ଏହା ଫାଟିବାରେ ଆଜି ଅପରାହ୍ନରେ ଜଣେ ବାଳକ ଜୀବନ୍ତ ଦଗ୍ଧ ହୋଇଛି। ଅନ୍ୟ ଜଣେ ବାଳକ ସେଠାରୁ ବାହାରକୁ ଆସି ଜୀବନ ବଞ୍ଚାଇପାରିଛନ୍ତି। ଅଜା ନାତି ବାଦଲ ମଳିକ(୧୩)କୁ ଦୋକାନରେ ବସାଇ ଘରକୁ ଖାଇବାକୁ ଯାଇଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଛି। ସୋରଡା ଦମକଳ ଵାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଛନ୍ତି। ତେବେ ଦୋକାନଟି ସଂପୂର୍ଣ୍ଣ ପୋଡିଯାଇଛି। ଘଟଣାସ୍ଥଳରେ ସୋରଡା ପୁଲିସ ଓ ତ଼ହସିଲଦାର ପହଞ୍ଚି ତଦନ୍ତ କରୁଛନ୍ତି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ