
ଭୁବନେଶ୍ୱର, 02 ଜୁନ୍ (ହି.ସ.)- ରାଜ୍ୟପାଳ
ଡ.ହରିବାବୁ କମ୍ଭପତି ତେଲେଙ୍ଗାନା ରାଜ୍ୟ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟର ସମସ୍ତ
ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
ନିଜ ବାର୍ତ୍ତାରେ
ରାଜ୍ୟପାଳ କହିଛନ୍ତି ଯେ, ତେଲେଙ୍ଗାନା ତାହାର ସମୃଦ୍ଧ ଐତିହ୍ୟ, ଜୀବନ୍ତ ସଂସ୍କୃତି ଏବଂ ଉଲ୍ଲେଖନୀୟ ପ୍ରଗତି ପାଇଁ ସମଗ୍ର ଦେଶରେ ଏକ
ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ସେ ରାଜ୍ୟର ନିରନ୍ତର ବିକାଶ, ସମୃଦ୍ଧି ଏବଂ ଜନକଲ୍ୟାଣ କାମନା କରିଛନ୍ତି।
ରାଜ୍ୟପାଳ ତାଙ୍କ
ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି,“ତେଲେଙ୍ଗାନା ରାଜ୍ୟ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟର ସମସ୍ତ ନାଗରିକଙ୍କୁ ହାର୍ଦ୍ଦିକ
ଅଭିନନ୍ଦନ ଓ ଶୁଭେଚ୍ଛା। ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ଜୀବନ୍ତ ପରମ୍ପରା ଏବଂ ବିକାଶର ନୂତନ ଶିଖରକୁ ସ୍ପର୍ଶ କରୁଥିବା ଏହି
ରାଜ୍ୟର ଉନ୍ନତି ନିରନ୍ତର ଜାରି ରହୁ। ମୁଁ ପ୍ରାର୍ଥନା କରୁଛି ଯେ, ରାଜ୍ୟର ସମସ୍ତ ନାଗରିକଙ୍କ ଜୀବନରେ ଶାନ୍ତି, ସୁଖ, ସମୃଦ୍ଧି ଏବଂ ସଫଳତାର ସଞ୍ଚାର ହେଉ।”
ସେ ଆଶା ବ୍ୟକ୍ତ କରିଛନ୍ତି
ଯେ,
ତେଲେଙ୍ଗାନା ଆଗାମୀ ବର୍ଷଗୁଡ଼ିକରେ ମଧ୍ୟ ବିକାଶ ଓ ପ୍ରଗତିର ନୂତନ
ମାନଦଣ୍ଡ ସ୍ଥାପନ କରି ଦେଶର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଜାରି ରଖିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା