
ଭୁବନେଶ୍ୱର, 02 ଜୁନ୍ (ହି.ସ.)- ଯଶୀପୁରରେ
ବୃଦ୍ଧକୁ ବାଘ ଖାଇବା ଅଭିଯୋଗର ନୂଆ ଟ୍ଵିଷ୍ଟ । ବାଘ ନୁହେଁ, ଅଜଣା ଜନ୍ତୁ ବୋଲି କହିଛନ୍ତି ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।
ମନ୍ତ୍ରୀ କହିଛନ୍ତି ଯେ, ବାଘ
ଏପରି ରହି ରହି ଖାଇ ପାରିବ ନାହିଁ ବୋଲି ଜଙ୍ଗଲ ଅଧିକାରୀ କହୁଛନ୍ତି । ବୃଦ୍ଧଙ୍କ ସାମ୍ପୁଲ୍
ଟେଷ୍ଟ ପାଇଁ ପଠାଯାଇଛି, ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ । ଅଜଣା ଜନ୍ତୁ ଖାଇଥିବା ଭଳି ଲାଗୁଛି ବୋଲି ଜଙ୍ଗଲ ଓ
ପରିବେଶ ମନ୍ତ୍ରୀ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା