
ଭୁବନେଶ୍ୱର, 02 ଜୁନ୍ (ହି.ସ.)- ପଦ୍ମଭୂଷଣ
ଡକ୍ଟର ପ୍ରାଣକୃଷ୍ଣ ପରିଜାଙ୍କ ସ୍ମୃତିଚାରଣ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ
ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେଭି ସିଂହଦେଓ କହିଛନ୍ତି ଯେ, ବିଶିଷ୍ଟ
ଶିକ୍ଷାବିତ୍, ପ୍ରଖ୍ୟାତ
ବିଜ୍ଞାନୀ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ପଦ୍ମଭୂଷଣ ଡକ୍ଟର ପ୍ରାଣକୃଷ୍ଣ
ପରିଜାଙ୍କ ତିରୋଧାନ ଦିବସରେ ତାଙ୍କ ଅମର ଆତ୍ମା ନିକଟରେ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ
କରୁଅଛି।ଓଡ଼ିଶାରେ ଉଚ୍ଚଶିକ୍ଷା ଓ ବୈଜ୍ଞାନିକ ଗବେଷଣାର ଭିତ୍ତିଭୂମି ସ୍ଥାପନ ଦିଗରେ ତାଙ୍କର
ଯୁଗାନ୍ତକାରୀ ଅବଦାନ ସଦାସର୍ବଦା ପ୍ରେରଣାଦାୟୀ ହୋଇ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା