
ଭୁବନେଶ୍ୱର,୦୨ ଜୁନ (ହି.ସ)- ଅପପୁଷ୍ଟି ଦୂର କରିବା ପାଇଁ ଅଣ୍ଡରୱେଟ ଶିଶୁଙ୍କ ଜଳଖିଆ ଖର୍ଚ୍ଚକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଶିଶୁ ମାନଙ୍କର ଜଳଖିଆ ଖର୍ଚ୍ଚ ୮ରୁ ୧୨ ଟଙ୍କାକୁ ବୃଦ୍ଧି ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଘୋଷଣା କରିଛନ୍ତି। ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୃଷ୍ଟି ଯୋଜନାର ୬ ଟଙ୍କାକୁ ମିଶାଇ ମୋଟ ୧୮ ଟଙ୍କା ଦିଆଯିବ। ରାଜ୍ୟରେ ୩୫ ହଜାର ଶିଶୁ ସିଭିଅର ଅଣ୍ଡରୱେଟ ଅଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା