ଆସନ୍ତାକାଲି ବିଶ୍ୱ ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆଜି ସନ୍ଧ୍ୟାରେ ଜବଲପୁର ଗସ୍ତ କରିବେ ରାଷ୍ଟ୍ରପତି ମୁର୍ମୁ
ଜବଲପୁର, ଜୁନ 20 (ହି.ସ.)। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (ଶନିବାର) ସନ୍ଧ୍ୟାରେ ମଧ୍ୟପ୍ରଦେଶ ଗସ୍ତରେ ଜବଲପୁରରେ ପହଞ୍ଚିବେ। ସେ ରବିବାର ଦିନ ଏଠାରେ ବିଶ୍ୱ ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ । ଜବଲପୁର ଜିଲ୍ଲା ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା କାର୍ଯ୍ୟସୂଚୀ ଅନୁଯାୟୀ, ରାଷ୍ଟ୍ରପତି ଦ
राष्ट्रपति द्रौपदी मुर्मू (फाइल फोटो)


ଜବଲପୁର, ଜୁନ 20 (ହି.ସ.)। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (ଶନିବାର) ସନ୍ଧ୍ୟାରେ ମଧ୍ୟପ୍ରଦେଶ ଗସ୍ତରେ ଜବଲପୁରରେ ପହଞ୍ଚିବେ। ସେ ରବିବାର ଦିନ ଏଠାରେ ବିଶ୍ୱ ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ ।

ଜବଲପୁର ଜିଲ୍ଲା ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା କାର୍ଯ୍ୟସୂଚୀ ଅନୁଯାୟୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସନ୍ଧ୍ୟା 6ଟାରେ ଭାରତୀୟ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ କଲାଇକୁଣ୍ଡା ବିମାନବନ୍ଦରରୁ ଜବଲପୁରରେ ପହଞ୍ଚିବେ। ଦୁମନା ବିମାନ ବନ୍ଦରରେ ରାଜ୍ୟପାଳ ମାଙ୍ଗୁଭାଇ ପଟେଲ ଏବଂ ଉପମୁଖ୍ୟମନ୍ତ୍ରୀ ଜଗଦୀଶ ଦେଓରା ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବେ।

ଜବଲପୁର ବିମାନ ବନ୍ଦରରୁ ରାଷ୍ଟ୍ରପତି ସର୍କିଟ ହାଉସ ନମ୍ବର 1ରେ ପହଞ୍ଚିବେ ଏବଂ ଏକ ରାତି ବିରତି ପରେ ରବିବାର ସକାଳ 7ଟା 30 ମିନିଟରୁ ସଦରର ଗାରିସନ ଗ୍ରାଉଣ୍ଡରେ ଆୟୋଜିତ ଅନ୍ତର୍ଜାତୀୟ ଯୋଗ ଦିବସର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ।

--------

हिन्दुस्थान समाचार / Swagatika Muduli


 rajesh pande