
ନୂଆଦିଲ୍ଲୀ, ୨୩ ଜୁନ୍ (ହିସ) ପରିବହନ କ୍ଷେତ୍ରରେ ପ୍ରମାଣ-ଆଧାରିତ ନୀତିଗତ ନିଷ୍ପତିକୁ ସୁଦୃଢ଼ କରିବା ଏବଂ ଉଚ୍ଚମାନର ଗବେଷଣାକୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ଜାତୀୟ ପ୍ରୟୋଗାତ୍ମକ ଅର୍ଥନୈତିକ ଗବେଷଣା ପରିଷଦ (ଏନସିଏଇଆର) ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ଏହା ଦେଶର ପ୍ରଥମ ସ୍ଥାୟୀ ଏବଂ ସ୍ୱାଧୀନ ଗବେଷଣା କେନ୍ଦ୍ର ଏନସିଏଇଆରରେ ପରିବହନ, ଗତିଶୀଳତା ଏବଂ ଲଜିଷ୍ଟିକ୍ସର ଅର୍ଥନୀତି ପାଇଁ ମୋବିଲିଟିଏଣ୍ଡ କେନ୍ଦ୍ର ପ୍ରତିଷ୍ଠା କରିବ।
କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ କହିଛି ଯେ ଏନଏଚଏଆଇ ମୁଖ୍ୟାଳୟରେ ଅଧ୍ୟକ୍ଷ ସନ୍ତୋଷ କୁମାର ଯାଦବ, ଏନସିଏଇଆର ନିର୍ଦ୍ଦେଶକ ଜେନେରାଲ ଏବଂ ଉଭୟ ପ୍ରତିଷ୍ଠାନର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏନଏଚଏଆଇ ଅଧ୍ୟକ୍ଷ କହିଛନ୍ତି ଯେ ଏହି ସହଭାଗୀତା ପରିବହନ କ୍ଷେତ୍ରରେ ଗବେଷଣା ଏବଂ ନୀତି ବିଶ୍ଳେଷଣ ପାଇଁ ଏକ ପ୍ଲାଟଫର୍ମ ସୃଷ୍ଟି କରିବ, ଯୋଜନା, ନିବେଶ ଏବଂ ସମ୍ପତି ପରିଚାଳନା ନିଷ୍ପତିକୁ ଆହୁରି ସୁଦୃଢ଼ କରିବ।
କେନ୍ଦ୍ର ଜାତୀୟ ରାଜପଥ ଅର୍ଥନୀତି, ମାଲ ପରିବହନ, ମୋଡାଲ ସମନ୍ୱୟ, ସମ୍ପତି ମୁଦ୍ରୀକରଣ, ସଡ଼କ ସୁରକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା ନବସୃଜନ ଭଳି ବିଷୟ ଉପରେ ଗବେଷଣା କରିବ। ଏହାର ଫଳାଫଳ ମନ୍ତ୍ରଣାଳୟ, ଏବଂ ଅନ୍ୟାନ୍ୟ ସରକାରୀ ସଂସ୍ଥାଗୁଡ଼ିକୁ ଦକ୍ଷତା ଏବଂ ସ୍ଥାୟୀତ୍ୱ ବୃଦ୍ଧି କରୁଥିବା ନୀତି ପ୍ରଣୟନ କରିବାରେ ସାହାଯ୍ୟ କରିବ।
କେନ୍ଦ୍ର ଏକ ଜ୍ଞାନ ପ୍ଲାଟଫର୍ମ ଭାବରେ ମଧ୍ୟ କାର୍ଯ୍ୟ କରିବ ଏବଂ ରିପୋର୍ଟ, କାର୍ଯ୍ୟପତ୍ର, ପରାମର୍ଶ ଏବଂ କର୍ମଶାଳା ମାଧ୍ୟମରେ ଫଳାଫଳ ବାଂଟିବ। ଏନଏଚଏଆଇ ଦଶ ବର୍ଷ ପାଇଁ ପ୍ରତିଷ୍ଠାନକୁ ସମର୍ଥନ କରିବାକୁ ପ୍ରତିଶ୍ରୁତି ଦେଇଛି। ଏକ ପରାମର୍ଶଦାତା କମିଟି ଏବଂ ପରିଚାଳନା କମିଟି ଗବେଷଣା ପ୍ରାଥମିକତା ଏବଂ ନୀତି ଆବଶ୍ୟକତା ଅନୁଯାୟୀ କାର୍ଯ୍ୟ ତଦାରଖ କରିବ।
ଏହି ପଦକ୍ଷେପ ପରିବହନ ଭିତିଭୂମି ଏବଂ ଲଜିଷ୍ଟିକ୍ସ ନେଟୱାର୍କର ଆର୍ôଥକ ବୁଝାମଣାକୁ ଆହୁରି ଗଭୀର କରିବ, ଅଧିକ ପ୍ରଭାବଶାଳୀ ନୀତି ନିଷ୍ପତି ଏବଂ ଏକ ବିଶ୍ୱସ୍ତରୀୟ ଜାତୀୟ ରାଜପଥ ନେଟୱାର୍କ ବିକାଶରେ ଯୋଗଦାନ ଦେବ।
------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ