ପଶ୍ଚିମବଙ୍ଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶୁଭେଚ୍ଛା, ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଅବଦାନକୁ କଲେ ସ୍ମରଣ
ନୂଆଦିଲ୍ଲୀ, ୨୦ ଜୁନ (ହି.ସ.) ପଶ୍ଚିମବଙ୍ଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ସାହିତ୍ୟ, ସଙ୍ଗୀତ, କଳା, ଆଧ୍ୟାତ୍ମିକତା, ବିଜ୍ଞାନ, ବାଣିଜ୍ୟ, ସାମାଜିକ ସଂସ୍କାର ସମେତ ବିଭିନ୍ନ କ୍ଷେତ୍ରରେ ଅବଦାନ ରଖି ପଶ୍ଚିମବ
ନରେନ୍ଦ୍ର ମୋଦୀ


ନୂଆଦିଲ୍ଲୀ, ୨୦ ଜୁନ (ହି.ସ.) ପଶ୍ଚିମବଙ୍ଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ସାହିତ୍ୟ, ସଙ୍ଗୀତ, କଳା, ଆଧ୍ୟାତ୍ମିକତା, ବିଜ୍ଞାନ, ବାଣିଜ୍ୟ, ସାମାଜିକ ସଂସ୍କାର ସମେତ ବିଭିନ୍ନ କ୍ଷେତ୍ରରେ ଅବଦାନ ରଖି ପଶ୍ଚିମବଙ୍ଗ ଭାରତର ଇତିହାସ ଏବଂ ଜାତୀୟ ଚେତନାକୁ ସମୃଦ୍ଧ କରିଆସିଛି।

ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆରେ ବାର୍ତାରେ କହିଛନ୍ତି ଯେ, ପଶ୍ଚିମବଙ୍ଗ ଦେଶର ସାଂସ୍କୃତିକ, ବୌଦ୍ଧିକ ଓ ସାମାଜିକ ପ୍ରଗତିରେ ସମୟକ୍ରମେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଛି। ସେ କହିଛନ୍ତି ଯେ, ଜୁନ ୨୦ ତାରିଖ ପଶ୍ଚିମବଙ୍ଗର ଇତିହାସରେ ଏକ ବିଶେଷ ମହତ୍ତ୍ୱ ବହନ କରେ, କାରଣ ଏହି ଦିନ ପଶ୍ଚିମବଙ୍ଗ ଭାରତର ଏକ ଅଭିନ୍ନ ଅଂଶ ଭାବେ ରହିବା ସୁନିଶ୍ଚିତ ହୋଇଥିଲା।

ପ୍ରଧାନମନ୍ତ୍ରୀ ମୋଦୀ ଏହି ଐତିହାସିକ ସଫଳତାରେ ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଭୂମିକାକୁ ଅମୂଲ୍ୟ ବୋଲି ବର୍ଣ୍ଣନା କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେ କହିଛନ୍ତି ଯେ, ୨୦୨୬ ମସିହାରେ ଡଃ ମୁଖାର୍ଜୀଙ୍କ ୧୨୫ତମ ଜୟନ୍ତୀ ପାଳନ କରାଯାଉଛି । ରାଷ୍ଟ୍ର ନିର୍ମାଣରେ ତାଙ୍କର ଅବଦାନକୁ ସ୍ମରଣ କରିବାର ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅବସର ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ, କେନ୍ଦ୍ର ସରକାର ଓ ପଶ୍ଚିମବଙ୍ଗ ସରକାର ମିଳିତ ଭାବେ ରାଜ୍ୟର ଲୋକମାନଙ୍କ ସ୍ୱପ୍ନ ଓ ଆକାଂକ୍ଷା ପୂରଣ ପାଇଁ ନିରନ୍ତର କାର୍ଯ୍ୟ କରିବେ। ସେ ପଶ୍ଚିମବଙ୍ଗର ନିରନ୍ତର ପ୍ରଗତି, ବିକାଶ ଏବଂ ରାଜ୍ୟବାସୀଙ୍କ ସୁଖ-ସମୃଦ୍ଧି କାମନା କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପଶ୍ଚିମବଙ୍ଗର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ଗୌରବମୟ ଇତିହାସ ଦେଶକୁ ଆଗାମୀ ଦିନରେ ମଧ୍ୟ ପ୍ରେରଣା ଯୋଗାଇ ଚାଲିଥିବ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande