ଉଜ୍ଜୈନରେ ସିଂହସ୍ଥ ୨୦୨୮ ନିର୍ମାଣ କାର୍ଯ୍ୟର ନିରୀକ୍ଷଣ କଲେ ମନୋହର ଲାଲ
ନୂଆଦିଲ୍ଲୀ, ଜୁନ ୨୦ (ହି.ସ.) - କେନ୍ଦ୍ର ଆବାସ ଏବଂ ସହରାଂଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଶନିବାର ଦିନ ଉଜ୍ଜୈନର ସିଂହସ୍ଥ ୨୦୨୮ ରେ ଭକ୍ତମାନଙ୍କ ସୁବିଧା ପାଇଁ ୭୭୮ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଥିବା ୨୯,୧୫ କିଲୋମିଟର ଲମ୍ବ ନୂତନ ଘାଟର ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିଛନ୍ତି। ଏହି ସ
ଉଜ୍ଜୈନରେ ସିଂହସ୍ଥ ୨୦୨୮ ନିର୍ମାଣ କାର୍ଯ୍ୟର ନିରୀକ୍ଷଣ କଲେ ମନୋହର ଲାଲ


ନୂଆଦିଲ୍ଲୀ, ଜୁନ ୨୦ (ହି.ସ.) - କେନ୍ଦ୍ର ଆବାସ ଏବଂ ସହରାଂଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଶନିବାର ଦିନ ଉଜ୍ଜୈନର ସିଂହସ୍ଥ ୨୦୨୮ ରେ ଭକ୍ତମାନଙ୍କ ସୁବିଧା ପାଇଁ ୭୭୮ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଥିବା ୨୯,୧୫ କିଲୋମିଟର ଲମ୍ବ ନୂତନ ଘାଟର ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିଛନ୍ତି। ଏହି ସମୟରେ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ କାର୍ଯ୍ୟର ଗୁଣବତା ଏବଂ ସମୟସୀମା ଉପରେ ବିଶେଷ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ସିଂହସ୍ଥ-୨୦୨୮କୁ ଭବ୍ୟ, ଦିବ୍ୟ ଏବଂ ସୁସଂଗଠିତ କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି, ଯାହାଦ୍ୱାରା ସାରା ଦେଶ ତଥା ବିଦେଶରୁ ଆସୁଥିବା ଭକ୍ତମାନଙ୍କ ପାଇଁ ସିଂହସ୍ଥର ଅନୁଭବ ସନାତନ ସଂସ୍କୃତିର ବୈଭବ ଅନୁରୂପ ହୋଇପାରିବ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande