
ନୂଆଦିଲ୍ଲୀ, ଜୁନ ୨୧ (ହି.ସ.) - କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ, ମାନସୁଖ ମାଣ୍ଡଭିୟ ଯୋଗକୁ ଦୈନନ୍ଦିନ ଜୀବନର ଅଂଶବିଶେଷ କରିବା ଲାଗି ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ସେ କହିଥିଲେ ଯେ ଯଦି ଭାରତକୁ ଏକ ବିକଶିତ ରାଷ୍ଟ୍ର ହେବାର ସ୍ୱପ୍ନ ପୂରଣ କରିବାକୁ ହେବ, ତେବେ ଯୋଗ ଏବଂ ଫିଟନେସ୍ ଦୈନନ୍ଦିନ ଜୀବନର ଅଂଶବିଶେଷ ହେବାକୁ ପଡ଼ିବ।
କେନ୍ଦ୍ର ମନ୍ତ୍ରୀ ମାଣ୍ଡଭିୟ ରବିବାର ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ଦ୍ୱାଦଶ ଆନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସେ ଅଭିନେତା ତଥା ଫିଟନେସ୍ ଆଇକନ୍ ଅକ୍ଷୟ କୁମାରଙ୍କ ସହ ଯୋଗ ଦେଇଥିଲେ। ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନରେ 'ଫିଟ୍ ଇଣ୍ଡିଆ ମୁଭମେଂଟ' ଦ୍ୱାରା ଆୟୋଜିତ ସାମୂହିକ ଯୋଗ ଅଧିବେଶନ ପାଇଁ ପ୍ରାୟ ୩,୦୦୦ ଅଂଶଗ୍ରହଣକାରୀ ଷ୍ଟାଡିୟମରେ ଏକାଠି ହୋଇଥିଲେ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ