ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ମଙ୍ଗୋଲିଆରେ ଭେଟିଲେ ତାଙ୍କ ପ୍ରତିପକ୍ଷଙ୍କୁ
ଦ୍ୱିପାକ୍ଷିକ ସମ୍ପର୍କ ଏବଂ ସହଯୋଗ ଉପରେ ଆଲୋଚନା ହୋଇଛି ନୂଆଦିଲ୍ଲୀ, ୨୨ ଜୁନ୍(ହି.ସ.) – ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କର ତାଙ୍କ ଚାରି ଦିନିଆ ବିଦେଶ ଗସ୍ତର ପ୍ରଥମ ପର୍ଯ୍ୟାୟରେ ସୋମବାର ମଙ୍ଗୋଲିଆରେ ପହଂଚି ରାଜଧାନୀ ଉଲାନବାଟରରେ ତାଙ୍କ ପ୍ରତିପକ୍ଷ ବୈଦେଶିକ ମନ୍ତ୍ରୀ ବତ୍ସେତ୍
ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ମଙ୍ଗୋଲିଆରେ ଭେଟିଲେ ତାଙ୍କ ପ୍ରତିପକ୍ଷଙ୍କୁ


ଦ୍ୱିପାକ୍ଷିକ ସମ୍ପର୍କ ଏବଂ ସହଯୋଗ ଉପରେ ଆଲୋଚନା ହୋଇଛି

ନୂଆଦିଲ୍ଲୀ, ୨୨ ଜୁନ୍(ହି.ସ.) – ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କର ତାଙ୍କ ଚାରି ଦିନିଆ ବିଦେଶ ଗସ୍ତର ପ୍ରଥମ ପର୍ଯ୍ୟାୟରେ ସୋମବାର ମଙ୍ଗୋଲିଆରେ ପହଂଚି ରାଜଧାନୀ ଉଲାନବାଟରରେ ତାଙ୍କ ପ୍ରତିପକ୍ଷ ବୈଦେଶିକ ମନ୍ତ୍ରୀ ବତ୍ସେତ୍ସେଗ୍ ବତ୍ମୁନ୍ଖଙ୍କୁ ଭେଟିଛନ୍ତି। ଦୁଇ ନେତା ବିକାଶ ପ୍ରକଳ୍ପ, କ୍ଷମତା ନିର୍ମାଣ, ସଂସ୍କୃତି, ଶିକ୍ଷା, ସୁରକ୍ଷା ଇତ୍ୟାଦି ସମେତ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ସହଯୋଗର ସମସ୍ତ ଦିଗ ଉପରେ ଆଲୋଚନା କରିଥିଲେ।

ଜୟଶଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ଯେ ସେ ବୈଦେଶିକ ମନ୍ତ୍ରୀ ବତ୍ସେତ୍ସେଗ୍ ବତ୍ମୁନୁଖଙ୍କୁ ଭେଟି ଖୁସି ହୋଇଛନ୍ତି। ଏହି ଆଲୋଚନାରେ ଭାରତ-ମଙ୍ଗୋଲିଆ ରଣନୈତିକ ଭାଗିଦାରୀର ଉଷ୍ମତା, ଶକ୍ତି ଏବଂ ସାମର୍ଥ୍ୟ ପ୍ରତିଫଳିତ ହୋଇଥିଲା। ଦୁଇ ନେତା ବିକାଶ ପ୍ରକଳ୍ପ, କ୍ଷମତା ନିର୍ମାଣ, ସଂସ୍କୃତି, ଶିକ୍ଷା, ସୁରକ୍ଷା ଏବଂ ବହୁପକ୍ଷୀୟ ମଂଚରେ ସହଯୋଗର ଅଗ୍ରଗତି ସମୀକ୍ଷା କରିଥିଲେ। ସେମାନେ ଖଣି ଖନନ, ସ୍ୱଚ୍ଛ ଶକ୍ତି ଏବଂ କୃଷି ପ୍ରକ୍ରିୟାକରଣ କ୍ଷେତ୍ରରେ ସୁଯୋଗ ଉପରେ ମଧ୍ୟ ଆଲୋଚନା କରିଥିଲେ।

ଜୟଶଙ୍କର କହିଛନ୍ତି ଯେ ଭାରତ ମଙ୍ଗୋଲିଆର ତୃତୀୟ ପଡ଼ୋଶୀ ଏବଂ ଆଧ୍ୟାତ୍ମିକ ଅଂଶୀଦାର ଏବଂ ଦୁଇ ଦେଶ ମଧ୍ୟରେ ଘନିଷ୍ଠ ତଥା ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କକୁ ଆଗକୁ ନେବାକୁ ପ୍ରସ୍ତୁତ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande