
ଗାନ୍ଦରବଲ, ୨୨ ଜୁନ୍ (ହି.ସ.)- ଜମ୍ମୁ-କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ସୋମବାର ଗାନ୍ଦରବଲର ତୁଲମୁଲ୍ଲା ଅଂଚଳରେ ଥିବା ଖୀର ଭବାନୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ଏବଂ ରାଜ୍ୟରେ ଶାନ୍ତି ଏବଂ ଭାଇଚାରା ବଜାୟ ରହିବା ଉଚିତ ବୋଲି କହିଥିଲେ ।
ସାମ୍ବାଦିକମାନଙ୍କ ସହ କଥାବାର୍ତା କରି ଉପରାଜ୍ୟପାଳ ସିହ୍ନା କହିଛନ୍ତି ଯେ, ଜମ୍ମୁ-କାଶ୍ମୀରରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ବଜାୟ ରହୁ ଏବଂ ମାତା ଖୀର ଭବାନୀଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ରହୁ ବୋଲି ସମସ୍ତେ ପ୍ରାର୍ଥନା କରିଛନ୍ତି ।
ମେଳାର ସୁଚାରୁ ରୂପେ ପରିଚାଳନା ପାଇଁ କରାଯାଇଥିବା ବ୍ୟବସ୍ଥାକୁ ସେ ପ୍ରଶଂସା କରିଥିଲେ । ଏବଂ କହିଥିଲେ ଯେ, ଭକ୍ତମାନଙ୍କ ପାଇଁ ସର୍ବୋତମ ବ୍ୟବସ୍ଥା କରିବାରେ ସମ୍ପୃକ୍ତ ସମସ୍ତଙ୍କୁ ମୁଁ ପ୍ରଶଂସା କରିବାକୁ ଚାହେଁ । ଦେବୀଙ୍କ ଆଶୀର୍ବାଦ ନେବା ଏବଂ ବାର୍ଷିକ ମେଳାରେ ଯୋଗଦେବା ପାଇଁ ଭକ୍ତମାନେ ଦଶନ୍ଧି ଦଶନ୍ଧି ଧରି ଏହି ମନ୍ଦିରକୁ ଆସୁଛନ୍ତି ବୋଲି ସିହ୍ନା କହିଛନ୍ତି । ଏହି ମେଳାର ଅନେକ ଧାର୍ମିକ ଏବଂ ସାଂସ୍କୃତିକ ଗୁରୁତ୍ୱ ରହିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ