ଜାମ୍ମୁରେ ସଂସଦୀୟ କମିଟି ପାସପୋର୍ଟ ପ୍ରସଙ୍ଗ, ଚୀନ୍, ପାକିସ୍ତାନ ସହିତ ସମ୍ପର୍କ ଅଧ୍ୟୟନ କରିବ
ଜମ୍ମୁ, ୨୨ ଜୁନ୍(ହି.ସ.) – ବୈଦେଶିକ ବ୍ୟାପାର ଉପରେ ସଂସଦୀୟ ସ୍ଥାୟୀ କମିଟିର ଅଧ୍ୟକ୍ଷ ଶଶି ଥରୁର ସୋମବାର କହିଛନ୍ତି ଯେ କମିଟିର ଜାମ୍ମୁ କାଶ୍ମୀର ଗସ୍ତ ସମ୍ପୂର୍ଣ୍ଣ ଭାବେ ଭାରତ-ପାକିସ୍ତାନ ଏବଂ ଭାରତ-ଚୀନ୍ ସମ୍ପର୍କ ଏବଂ ପାସପୋର୍ଟ କାର୍ଯ୍ୟାଳୟର କାର୍ଯ୍ୟକାରିତା ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ କେନ୍
ଜାମ୍ମୁରେ ସଂସଦୀୟ କମିଟି ପାସପୋର୍ଟ ପ୍ରସଙ୍ଗ, ଚୀନ୍, ପାକିସ୍ତାନ ସହିତ ସମ୍ପର୍କ ଅଧ୍ୟୟନ କରିବ


ଜମ୍ମୁ, ୨୨ ଜୁନ୍(ହି.ସ.) – ବୈଦେଶିକ ବ୍ୟାପାର ଉପରେ ସଂସଦୀୟ ସ୍ଥାୟୀ କମିଟିର ଅଧ୍ୟକ୍ଷ ଶଶି ଥରୁର ସୋମବାର କହିଛନ୍ତି ଯେ କମିଟିର ଜାମ୍ମୁ କାଶ୍ମୀର ଗସ୍ତ ସମ୍ପୂର୍ଣ୍ଣ ଭାବେ ଭାରତ-ପାକିସ୍ତାନ ଏବଂ ଭାରତ-ଚୀନ୍ ସମ୍ପର୍କ ଏବଂ ପାସପୋର୍ଟ କାର୍ଯ୍ୟାଳୟର କାର୍ଯ୍ୟକାରିତା ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ କେନ୍ଦ୍ରିତ, ଯାହାର ବର୍ତମାନର ପରିସ୍ଥିତିର ସମୀକ୍ଷା କରିବାର କୌଣସି ଉଦ୍ଦେଶ୍ୟ ନାହିଁ।

ସାମ୍ବାଦିକମାନଙ୍କ ସହ କଥାବାର୍ତା କରି ଥରୁର କହିଛନ୍ତି ଯେ କମିଟି ଜାମ୍ମୁ କାଶ୍ମୀରକୁ ଗ୍ରାଉଣ୍ଡ ସ୍ଥିତି କିମ୍ବା ଘରୋଇ ସମସ୍ୟାର ଆକଳନ କରିବାକୁ ଆସିନାହିଁ। ଉପରାଜ୍ୟପାଳଙ୍କୁ ଭେଟିବା ପରେ ସେ କହିଥିଲେ ଯେ ଏହି ଗସ୍ତ କାଶ୍ମୀର ଉପତ୍ୟକାର ପରିସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ନୁହେଁ। ଥରୁର ଆହୁରି ମଧ୍ୟ କହିଛନ୍ତି ଯେ କମିଟି ତିନୋଟି ପ୍ରସଙ୍ଗ ଅଧ୍ୟୟନ କରିବାକୁ ଆସିଛି, ଯାହା ହେଉଛି ଭାରତ-ପାକିସ୍ତାନ ସମ୍ପର୍କ, ଭାରତ-ଚୀନ୍ ସମ୍ପର୍କ ଏବଂ ପାସପୋର୍ଟ କାର୍ଯ୍ୟାଳୟ ଏବଂ ପାସପୋର୍ଟ ସେବାର କାର୍ଯ୍ୟକାରିତା। ଆମେ କେବଳ ଏହି ତିନୋଟି ପ୍ରସଙ୍ଗକୁ ଅଧ୍ୟୟନ କରୁଛୁ।

ବୈଦେଶିକ ବ୍ୟାପାର ସଂକ୍ରାନ୍ତ ସଂସଦୀୟ ସ୍ଥାୟୀ କମିଟିର କାର୍ଯ୍ୟ ହେଉଛି ଭାରତର ବୈଦେଶିକ ନୀତି, କୂଟନୈତିକ ସମ୍ପର୍କ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହ ଜଡ଼ିତ ବିଷୟଗୁଡ଼ିକର ସମୀକ୍ଷା କରିବା। ଏହି କମିଟି ଏବେ ଜାମ୍ମୁ-କାଶ୍ମୀର ଗସ୍ତରେ ଅଛି। ଏହି ଗସ୍ତ ପଡ଼ୋଶୀ ଦେଶଗୁଡ଼ିକ ସହିତ ଭାରତର ସମ୍ପର୍କ ଏବଂ ଏହି ଅଂଚଳରେ ପାସପୋର୍ଟ ସମ୍ବନ୍ଧୀୟ ସେବାଗୁଡିକର ଉପଲବ୍ଧତାର ସମୀକ୍ଷାର ଏକ ଅଂଶ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande