
ଝାରସୁଗୁଡା:, ୨୩ ଜୁନ୍ (ହି.ସ.) ପଦ୍ମ ଧରିଲେ ବିଜେଡି କର୍ମୀ, ସାହସପୁରରେ ଆୟୋଜିତ ମିଶ୍ରଣ ପର୍ବ
ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାହସପୁରସ୍ଥିତ ବିଜେପି କାର୍ଯ୍ୟାଳୟରେ ସୋମବାର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଲଇକେରା ବ୍ଲକର ତିଳେଇମାଲ ଓ ଜାମମାଲ ପଂଚାୟତର ବହୁ ବିଜେଡି କର୍ମୀ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଥିଲେ।
ପାକେଲପଡା ବିଜେପି ମଣ୍ଡଳ ଅନ୍ତର୍ଗତ ତିଳେଇମାଲ ଓ ଜାମମାଲ ଅଂଚଳର ଜୟକୃଷ୍ଣ ହଂସ, ମଦନ ରଣା, ଠଣାସୁନ୍ଦର ନାୟକ ଓ ପଦ୍ମଲୋଚନ ଧରଙ୍କ ନେତୃତ୍ୱରେ ୨୦ରୁ ଅଧିକ ବିଜେଡି କର୍ମୀ ପଦ୍ମ ଶିବିରରେ ସାମିଲ ହୋଇଥିଲେ।
ନୂତନ ଯୋଗଦାନକାରୀମାନେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଜନହିତକର କାର୍ଯ୍ୟ ଓ ବିଜେପିର ନୀତି-ଆଦର୍ଶରେ ପ୍ରଭାବିତ ହୋଇ ଦଳରେ ଯୋଗଦେଇଥିବା ପ୍ରକାଶ କରିଥିଲେ।
ଏହି ଅବସରରେ ବିଧାୟକ ଶ୍ରୀ ତ୍ରିପାଠୀ କହିଥିଲେ ଯେ, ନୂତନ କର୍ମୀଙ୍କ ଯୋଗଦାନ ଦ୍ୱାରା ଲଇକେରା ଅଂଚଳରେ ବିଜେପି ସଂଗଠନ ଆହୁରି ସୁଦୃଢ଼ ହେବ। ମିଶ୍ରଣ ପର୍ବରେ ପାକେଲପଡା ମଣ୍ଡଳ ସଭାପତି କୁଳମଣି କିସାନ, ସମିତି ସଭ୍ୟ ମନମୋହନ କଂସରାଳୀଙ୍କ ସମେତ ବହୁ ସଂଖ୍ୟକ ବିଜେପି କର୍ମୀ ଉପସ୍ଥିତ ଥିଲେ।
-----------------
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ