ସୁନା ବଜାରରେ ସୁନା ଚମକୁଛି, ରୂପା ଦର ଅପରିବର୍ତ୍ତିତ
ନୂଆଦିଲ୍ଲୀ, ଜୁନ ୨୩ (ହି.ସ.)-ଘରୋଇ ସୁନା ବଜାରରେ ଆଜି ପ୍ରାରମ୍ଭିକ କାରବାର ସମୟରେ ସୁନା ମୂଲ୍ୟ ବୃଦ୍ଧି ପାଇଛି।ତଥାପି, ଚେନ୍ନାଇରେ ସୁନାର ମୂଲ୍ୟ ଅପରିବର୍ତ୍ତିତ ରହିଛି। ମୂଲ୍ୟ ବୃଦ୍ଧି ଯୋଗୁଁ, ଚେନ୍ନାଇ ସମେତ ଦେଶର ଅଧିକାଂଶ ସୁନା ବଜାରରେ ସୁନା ୪୨୦ଟଙ୍କା ପ୍ରତି ୧୦ ଗ୍ରାମରୁ ନେଇ ୪୫୦ଟଙ୍କା ପ
ସୁନା ବଜାରରେ ସୁନା ଚମକୁଛି, ରୂପା ଦର ଅପରିବର୍ତ୍ତିତ


ନୂଆଦିଲ୍ଲୀ, ଜୁନ ୨୩ (ହି.ସ.)-ଘରୋଇ ସୁନା ବଜାରରେ ଆଜି ପ୍ରାରମ୍ଭିକ କାରବାର ସମୟରେ ସୁନା ମୂଲ୍ୟ ବୃଦ୍ଧି ପାଇଛି।ତଥାପି, ଚେନ୍ନାଇରେ ସୁନାର ମୂଲ୍ୟ ଅପରିବର୍ତ୍ତିତ ରହିଛି। ମୂଲ୍ୟ ବୃଦ୍ଧି ଯୋଗୁଁ, ଚେନ୍ନାଇ ସମେତ ଦେଶର ଅଧିକାଂଶ ସୁନା ବଜାରରେ ସୁନା ୪୨୦ଟଙ୍କା ପ୍ରତି ୧୦ ଗ୍ରାମରୁ ନେଇ ୪୫୦ଟଙ୍କା ପ୍ରତି ୧୦ ଗ୍ରାମ ପର୍ଯ୍ୟନ୍ତ ମହଙ୍ଗା ହୋଇଛି।ଆଜି ରୂପା ମୂଲ୍ୟ ମଧ୍ୟ ଅପରିବର୍ତ୍ତିତ ରହିଛି।ସୁନା ମୂଲ୍ୟ ବୃଦ୍ଧି ଯୋଗୁଁ, ଦେଶର ଅଧିକାଂଶ ସୁନା ବଜାରରେ 24 କ୍ୟାରେଟ୍ ସୁନା 1,46,520ଟଙ୍କା ପ୍ରତି ୧୦ ଗ୍ରାମରୁ ନେଇ 1,48,360 ଟଙ୍କା ପ୍ରତି ୧୦ ଗ୍ରାମ ସ୍ତରରେ କାରବାର ହେଉଛି। ସେହିପରି, ଆଜି 22 କ୍ୟାରେଟ୍ ସୁନା 1,34,310 ଟଙ୍କା ପ୍ରତି ୧୦ ଗ୍ରାମରୁ ନେଇ 1,35,990 ଟଙ୍କା ପ୍ରତି ୧୦ ଗ୍ରାମ ମଧ୍ୟରେ ବିକ୍ରି ହେଉଛି।ରୁପା ମୁଲ୍ୟରେ ଅପରିବର୍ତ୍ତିତ ଯୋଗୁଁ ଚମକଦାର ଧାତୁ ଦିଲ୍ଲୀ ସୁନା ବଜାରରେ ଆଜି ମଧ୍ୟ 2,49,900 ଟଙ୍କା ପ୍ରତି କିଲୋଗ୍ରାମ ସ୍ତରରେ ବିକ୍ରି ହେଉଛି।ଦିଲ୍ଲୀରେ ଆଜି ୨୪ କ୍ୟାରେଟ୍ ସୁନା ଆଜି ୧,୪୬,୬୭୦ ଟଙ୍କା ପ୍ରତି ୧୦ ଗ୍ରାମ ସ୍ତରରେ କାରବାର ହେଉଛି, ଯେତେବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୩୪,୪୬୦ ଟଙ୍କା ରେକର୍ଡ କରାଯାଇଛି। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ୧,୪୬,୫୨୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ୧,୩୪,୩୧୦ ଟଙ୍କାରେ ବିକ୍ରି ହେଉଛି। ସେହିପରି, ଅହମ୍ମଦାବାଦରେ ୨୪ କ୍ୟାରେଟ୍ ସୁନାର ଖୁଚୁରା ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୬,୫୭୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୩୪,୩୬୦ ଟଙ୍କା ରେକର୍ଡ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande