
ନୂଆଦିଲ୍ଲୀ, ୨୩ ଜୁନ୍ (ହି.ସ.)- ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଦିନ ଅନୁଷ୍ଠିତ ଦିଲ୍ଲୀ ସହରାଚଂଳ ଆଶ୍ରୟସ୍ଥଳ ଉନ୍ନତି ବୋର୍ଡ (ଡିୟୁଏସଆରବି)ର ୩୬ତମ ବୋର୍ଡ ବୈଠକରେ ବସ୍ତି ପୁନର୍ବାସ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି ।
ସରକାରଙ୍କ ଅନୁଯାୟୀ, ବୈଠକରେ ନିଷ୍ପତି ନିଆଯାଇଛି ଯେ, ଜାନୁଆରୀ ୧, ୨୦୨୫ ସୁଦ୍ଧା ଥିବା ଦିଲ୍ଲୀର ସମସ୍ତ ବସ୍ତିର ଯୋଗ୍ୟ ବାସିନ୍ଦାଙ୍କୁ ପୁନର୍ବାସ ଲାଭ ପ୍ରଦାନ କରାଯିବ । ସରକାର ବିଶ୍ୱାସ କରନ୍ତି ଯେ ଏହି ନିଷ୍ପତି ବହୁ ସଂଖ୍ୟକ ବସ୍ତି ବାସିନ୍ଦାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ ।
ଏହି ନିଷ୍ପତିର ଉଦ୍ଦେଶ୍ୟ ହେଉଛି ବସ୍ତି ବାସିନ୍ଦାଙ୍କୁ ଉତମ ବାସସ୍ଥାନ ସୁବିଧା ପ୍ରଦାନ କରିବା ଏବଂ ସେମାନଙ୍କ ଜୀବନର ମାନ ଉନ୍ନତ କରିବା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ