ଦୁଇବର୍ଷରେ ବିଫଳତାର ଶିଖରରେ ରାଜ୍ୟ ସରକାର, ଦୁର୍ନୀତିରେ ଅତିଷ୍ଠ ଜନତା: ଧାମନଗର ବିଜେଡି
ଭଦ୍ରକ, ୨୩ ଜୁନ୍ (ହି.ସ.) - ଏହି ଜିଲାର ଧାମନଗର ବ୍ଲକ ବିଜେଡି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଦୁଇ ବର୍ଷର କାର୍ଯ୍ୟକାଳକୁ ନେଇ ତୀବ୍ର ସମାଲୋଚନା କରାଯାଇଛି। ବିଜେଡି ନେତୃବୃନ୍ଦ ଅଭିଯୋଗ କରିଛନ୍ତି ଯେ, ଜଳସେଚନ, ନଦୀବନ୍ଧ ନିର୍ମାଣ, ମନରେଗା କାର୍ଯ୍ୟକ୍ରମ, ଆବାସ ଯୋଜନା
DHAMNAGAR BJD PRESS MEET


ଭଦ୍ରକ, ୨୩ ଜୁନ୍ (ହି.ସ.) - ଏହି ଜିଲାର ଧାମନଗର ବ୍ଲକ ବିଜେଡି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଦୁଇ ବର୍ଷର କାର୍ଯ୍ୟକାଳକୁ ନେଇ ତୀବ୍ର ସମାଲୋଚନା କରାଯାଇଛି। ବିଜେଡି ନେତୃବୃନ୍ଦ ଅଭିଯୋଗ କରିଛନ୍ତି ଯେ, ଜଳସେଚନ, ନଦୀବନ୍ଧ ନିର୍ମାଣ, ମନରେଗା କାର୍ଯ୍ୟକ୍ରମ, ଆବାସ ଯୋଜନା ଓ ରେସନ କାର୍ଡ ବଂଟନ କ୍ଷେତ୍ରରେ ବ୍ୟାପକ ଅନିୟମିତତା ଦେଖାଦେଇଛି। ସେମାନଙ୍କ କହିବା ଅନୁସାରେ, ଚାଷୀମାନେ ଜଳସେଚନ ସୁବିଧାରୁ ବଂଚିତ ହେଉଥିବାବେଳେ ନଦୀବନ୍ଧର ମରାମତି ଓ ସୁଦୃଢୀକରଣ କାମ ଠିକ୍ ଭାବେ ହୋଇନାହିଁ। ମନରେଗା ଯୋଜନାରେ ଘୋଟଲା ଏବଂ ଭତା ଦେବାରେ ସରକାର ଅସମର୍ଥ । ସେହିପରି ଯୋଗ୍ୟ ହିତାଧିକାରୀମାନେ ଆବାସ ଯୋଜନା ଓ ରେସନ କାର୍ଡରୁ ବଂଚିତ ହେଉଥିବା ଅଭିଯୋଗ ଉଠିଛି। ବିଜେଡି ନେତାମାନେ କହିଛନ୍ତି ଯେ, ଦୁଇ ବର୍ଷ ମଧ୍ୟରେ ସରକାର ଜନସାଧାରଣଙ୍କ ଆଶା ଓ ବିଶ୍ୱାସ ପୂରଣ କରିବାରେ ବିଫଳ ହୋଇଛନ୍ତି। ବିଭିନ୍ନ ଯୋଜନାରେ ଦୁର୍ନୀତି ଓ ଅବ୍ୟବସ୍ଥା ବଢ଼ିଥିବାରୁ ସାଧାରଣ ଲୋକ ଅତିଷ୍ଠ ହୋଇପଡ଼ିଛନ୍ତି। ଯଦି ତୁରନ୍ତ ସମସ୍ୟାର ସମାଧାନ ନ କରାଯାଏ, ତେବେ ଆଗାମୀ ଦିନରେ ଜନଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ବିଜେଡି ପକ୍ଷରୁ ଚେତାବନୀ ଦିଆଯାଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande