ପୁନର୍ବାସରୁ ଭିନ୍ନକ୍ଷମତା ଅଧ୍ୟୟନ ପ୍ରମାଣପତ୍ର ପ୍ରଦାନ
କେନ୍ଦ୍ରାପଡ଼ା, ୨୩ ଜୁନ୍(ହି.ସ.) – ଜାତୀୟ ଶିକ୍ଷା ନୀତି- ୨୦୨୦ ଆଧାରରେ ଯୁକ୍ତ ତିନି ୪ର୍ଥ ସେମିଷ୍ଟାର ଇଂଟର୍ନସିପ ଛାତ୍ରଛାତ୍ରୀଙ୍କୁ ପୁନର୍ବାସ ପକ୍ଷରୁ ଭିନ୍ନକ୍ଷମତା ଅଧ୍ୟୟନ ପ୍ରମାଣପତ୍ର କରାଯାଇଛି ଓ ୧୨୦ ଘଂଟା ଅବଧିର ଏହି କାର୍ଯ୍ୟକ୍ରମର ସମାପନ ଦିବସରେ ବିଭିନ୍ନ ମହାବିଦ୍ୟାଳୟର ସର୍ବମୋଟ ୮୭ ଜ
ପୁନର୍ବାସରୁ ଭିନ୍ନକ୍ଷମତା ଅଧ୍ୟୟନ ପ୍ରମାଣପତ୍ର ପ୍ରଦାନ


କେନ୍ଦ୍ରାପଡ଼ା, ୨୩ ଜୁନ୍(ହି.ସ.) – ଜାତୀୟ ଶିକ୍ଷା ନୀତି- ୨୦୨୦ ଆଧାରରେ ଯୁକ୍ତ ତିନି ୪ର୍ଥ ସେମିଷ୍ଟାର ଇଂଟର୍ନସିପ ଛାତ୍ରଛାତ୍ରୀଙ୍କୁ ପୁନର୍ବାସ ପକ୍ଷରୁ ଭିନ୍ନକ୍ଷମତା ଅଧ୍ୟୟନ ପ୍ରମାଣପତ୍ର କରାଯାଇଛି ଓ ୧୨୦ ଘଂଟା ଅବଧିର ଏହି କାର୍ଯ୍ୟକ୍ରମର ସମାପନ ଦିବସରେ ବିଭିନ୍ନ ମହାବିଦ୍ୟାଳୟର ସର୍ବମୋଟ ୮୭ ଜଣ ଛାତ୍ରଛାତ୍ରୀଙ୍କୁ ବିଷୟଗତ ଓ ବ୍ୟବହାରିକ ଅଭିଜ୍ଞତା ଏହିପରି ଦୁଇଟି ପର୍ଯ୍ୟାୟରେ ପ୍ରଦାନ କରାଯାଇଅଛି ଓ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଚିକିତ୍ସାଳୟର ବରିଷ୍ଠ ବିଶେଷଜ୍ଞ ଡାକ୍ତର ବୈକୁଣ୍ଠନାଥ ପଣ୍ଡା ଏବଂ ଜିଲ୍ଲା କାର୍ଯ୍ୟାଳୟର ଡେପୁଟି କଲେକ୍ଟର ଅଶୋକ କୁମାର ବେହେରା ସମ୍ମାନିତ ଅତିଥି ରୂପେ ଯୋଗଦେଇ ଏହି ସଫଳ ଇଂଟର୍ନମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିବାସହ ‘ଭିନ୍ନକ୍ଷମତା ଅଧ୍ୟୟନ'ରୁ ପ୍ରାପ୍ତ ଜ୍ଞାନକୁ ସାମାଜିକ ସଚେତନତା ନିମନ୍ତେ ପ୍ରସାର କରାଇବା ପାଇଁ ବାର୍ତା ପରାମର୍ଶ ପ୍ରଦାନ କରିଥିଲେ ଓ ଏହି ସଂକ୍ଷିପ୍ତ ଅବଧିର କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଦିଗରୁ ବିଶେଷଜ୍ଞମାନଙ୍କ ଦ୍ୱାରା ଭିନ୍ନକ୍ଷମତାର ଅବଧାରଣା ପ୍ରଦାନ କରାଯାଇଥିଲା ଓ ସେହିପରି ବ୍ୟବହାରିକ ଅଭିଜ୍ଞତା ନିମନ୍ତେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସ୍ୱତନ୍ତ୍ର ବିଦ୍ୟାଳୟ ଯଥା ନିମାଇଁ ଚରଣ ମାନସିକ ନ୍ୟୂନତା ସଂସ୍ଥାନ, ଦାଧିବାମନଜୀଉ ଶ୍ରବଣ ବାଧିତ ଓ ପୌରସଂସ୍ଥା ଦୃଷ୍ଟିହୀନ ବିଦ୍ୟାଳୟ ସହିତ ବିଭିନ୍ନ ଥେରାପିକେନ୍ଦ୍ରମାନଙ୍କରେ ପ୍ରଦାନ କରାଯାଇଥିଲା ଓ ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିରାଜ ରାଉତରାୟଙ୍କ ସଂଚାଳନରେ ସହ ସମ୍ପାଦକ ବଂଶୀଧର ମହାନ୍ତି ଏବଂ ଷ୍ଟାଫ୍ ସଂଜୀବ କୁମାର ଜେନା, କେଦାରନାଥ ବାରିକ, ପର୍ଶୁରାମ ତ୍ରିପାଠୀ, ରାଜେନ୍ଦ୍ର ମହାପାତ୍ର, ଧରଣୀଧର ସେଠି ଓ ବିଭିନ୍ନ ଥେରାପିଷ୍ଟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande