ସ୍ୱର୍ଗତଃ ଡ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ୭୪ତମ ବଳିଦାନ ଦିବସ
କେନ୍ଦୁଝର, ୨୩ ଜୁନ୍ (ହି.ସ.) ଭାରତୀୟ ଜନସଂଘର ପ୍ରତିଷ୍ଠାତା ଡ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତଃ ମୁଖାର୍ଜୀ ବହୁତ କମ୍ ସମୟ ମଧ୍ୟରେ ନିଜ କାର୍ଯ୍ୟକୁ ଦକ୍ଷତାର ସହ ସମ୍ପାଦନ କରି ଶୀର୍ଷରେ ପହଂଚି ପାରିଥିଲେ। କଂଗ୍ରେସର
Kjr bjp


କେନ୍ଦୁଝର, ୨୩ ଜୁନ୍ (ହି.ସ.) ଭାରତୀୟ ଜନସଂଘର ପ୍ରତିଷ୍ଠାତା ଡ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତଃ ମୁଖାର୍ଜୀ ବହୁତ କମ୍ ସମୟ ମଧ୍ୟରେ ନିଜ କାର୍ଯ୍ୟକୁ ଦକ୍ଷତାର ସହ ସମ୍ପାଦନ କରି ଶୀର୍ଷରେ ପହଂଚି ପାରିଥିଲେ। କଂଗ୍ରେସର ମନମୁଖୀ ଶାସନକୁ ସେ ବରଦାସ୍ତ କରି ନଥିଲେ। ଦେଶର ସ୍ୱାଧୀନତା ପରେ ମନ୍ତ୍ରୀ ହୋଇଥିଲେ ମଧ୍ୟ ତାଙ୍କର କେବେ କ୍ଷମତା ଲୋଭ ନ ଥିଲା। ଯେତେବେଳେ ପଣ୍ଡିତ ଜବାହାରଲାଲ୍ ନେହେରୁ ଦେଶରେ ମନମୁଖୀ ଭାବେ ଶାସନ କରୁଥିଲେ ସେତେବେଳେ ସଂସଦରେ ତାଙ୍କ ସହ ଯୁକ୍ତି କରି ସ୍ୱର୍ଗତଃ ମୁଖାର୍ଜୀ ନେହେରୁଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇ କ୍ଷମତା ମୁକ୍ତ ହୋଇଥିଲେ । ଦେଶବାସୀଙ୍କ ସେବାରେ ସେ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିଲେ। ସ୍ୱର୍ଗତଃ ମୁଖାର୍ଜୀଙ୍କ ପାଇଁ ଦେଶ ଥିଲା ସର୍ବୋପରି। ତାଙ୍କ ଦୃଢ଼ତା ଓ ଆତ୍ମବିଶ୍ୱାସ ପାଇଁ ଦେଶର ଏକତା ଅଖଣ୍ଡତା ଓ ସାର୍ବଭୌମତ୍ୱ ରକ୍ଷା ହୋଇପାରିଛି ବୋଲି ଜିଲ୍ଲା କାର୍ଯ୍ୟାଳୟରେ ଡ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ୭୪ତମ ବଳିଦାନ ଦିବସ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶୁକଦେବ ମହାନ୍ତ କହିଛନ୍ତି।

ଶ୍ରୀ ମହାନ୍ତ କହିଛନ୍ତି ଯେ, ସ୍ୱର୍ଗତଃ ମୁଖାର୍ଜୀ ଜଣେ ବିଶିଷ୍ଟ ରାଜନେତା ହେବା ସହ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ୱ ଥିଲେ। ସେ ପଶ୍ଚିମବଙ୍ଗ ଓ ଜାମ୍ମୁକାଶ୍ମୀର ବିଭାଜନକାରୀ ଶକ୍ତିଗୁଡ଼ିକ ସହ ସାଲିସ କରି ନ ଥିଲେ। ସମ୍ବିଧାନରେ ୩୭୦ ଧାରାକୁ ବିରୋଧ କରି “ଏକ୍ ଦେଶ୍ ମେଁ ଦୋ ବିଧାନ୍, ଦୋ ପ୍ରଧାନ୍ ଔର ଦୋ ନିଶାନ୍ ନହିଁ ଚଲେଙ୍ଗେ” ବୋଲି କହି ବିନା ପର୍ମିଟରେ “କାଶ୍ମୀର ଚଲୋ” ଆହ୍ୱାନ ଦେଇଥିଲେ। ତାଙ୍କ ବଳିଦାନ ଦିବସ ଆମ ସମସ୍ତଙ୍କ ପାଇଁ ସ୍ମରଣୀୟ ଓ ପ୍ରତିବଦ୍ଧତାର ଦିନ। ସେ ଦେଶର ରାଜନୀତିରେ ମୋଡ଼ ପରିବର୍ତନ କରିଥିଲେ। ତାଙ୍କ ବଳିଦାନରୁ ଏହି ସଂଗଠନ ଆରମ୍ଭ ହୋଇଥିଲା। ୧୯୫୧ ମସିହାରେ ପ୍ରତିଷ୍ଠା ହୋଇଥିବା ଭାରତୀୟ ଜନସଂଘ ପରବର୍ତୀ ସମୟରେ ବିଜେପି ଭଳି ବିଶାଳ ରାଜନୈତିକ ଦଳରେ ପରିଣତ ହୋଇଛି। ଆଜି ଦେଶର ୨୨ଟି ରାଜ୍ୟରେ ବିଜେପି ନେତୃତ୍ୱାଧୀନ ମେଂଟ କ୍ଷମତାରେ ରହିଛି। ବିଶ୍ୱର ସର୍ବବୃହତ ରାଜନୈତିକ ଦଳଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ସ୍ୱର୍ଗତଃ ମୁଖାର୍ଜୀଙ୍କ ବିଚାରଧାରା ଆଗରେ ରଖି ନିଷ୍ଠା, ତପସ୍ୟା ଓ ଆତ୍ମବିଶ୍ୱାସ ବଳରେ ଦଳ ଆଜି ଏହି ସ୍ଥାନରେ ପହଂଚି ପାରିଛି। ଦଳର ବିଚାରଧାରା ଆଜି ସବୁଠି ଆଦୃତ ଓ ଗ୍ରହଣଯୋଗ୍ୟ ହୋଇଛି। ୨୦୧୯ ମସିହା ଅଗଷ୍ଟ ୫ ତାରିଖରେ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଧାରା ୩୭୦ ଓ ୩୫ (ଏ) ଉଚ୍ଛେଦ ପରେ କାଶ୍ମୀର ରାଜ୍ୟ ଭାରତ ବର୍ଷର ଅଭିନ୍ନ ଅଙ୍ଗ ଭାବେ ପରିଗଣିତ ହୋଇଛି। ଫଳରେ ସ୍ୱର୍ଗତଃ ମୁଖାର୍ଜୀଙ୍କ ସ୍ୱପ୍ନ ପୂରଣ ହୋଇଛି। ଏଭଳି ଜଣେ ମହାପୁରୁଷଙ୍କ ୧୨୫ତମ ଜନ୍ମବର୍ଷ ପୂର୍ତି ୬ ଜୁଲାଇରେ ପଡୁଛି। ଏହାକୁ ଦୃଷ୍ଟିରେ ରଖି ମାନନୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନୀତିନ ନବିନଙ୍କ ନିର୍ଦ୍ଦେଶାନୁସାରେ ୨୩ ଜୁ୍ନ୍ (ବଳିଦାନ ଦିବସ)ରୁ ୬ ଜୁଲାଇ (ଜନ୍ମଦିବସ) ପର୍ଯ୍ୟନ୍ତ ସ୍ୱର୍ଗତଃ ମୁଖାର୍ଜୀଙ୍କ ସ୍ମୃତି ପକ୍ଷ ପାଳନ କରାଯିବ। ଏହି ଅବସରରେ ସମସ୍ତ ବୁଥ୍ରେ ବୁଥ୍ କମିଟି ସଦସ୍ୟ, ପ୍ରାଥମିକ ସଦସ୍ୟ ଓ ଶୁଭେଚ୍ଛୁଙ୍କ ଉପସ୍ଥିତିରେ ୨୮ ଜୁନ୍ (ମନ୍ କି ବାତ୍) ଅଥବା ୬ ଜୁଲାଇରେ ସ୍ୱର୍ଗତଃ ମୁଖାର୍ଜୀଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳୀ ଅର୍ପଣ କରାଯିବ। ସ୍ୱର୍ଗତଃ ମୁର୍ଖାଜୀଙ୍କ ବିଷୟରେ ଯୁବ ସମାଜ ଅଧିକ ଜାଣିବା ପାଇଁ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଛି। ସ୍ୱର୍ଗତଃ ମୁର୍ଖାଜୀଙ୍କ ବିଚାରଧାରା ଓ ଆଦର୍ଶକୁ ଅନୁସରରଣ କରି ତାଙ୍କ ବାର୍ତାକୁ ଜିଲ୍ଲାର କୋଣ ଅନୁକୋଣରେ ପହଂଚାଇବା ପାଇଁ ଜିଲ୍ଲା ସଭାପତି ଶ୍ରୀ ଶୁକଦେବ ମହାନ୍ତ ଆହ୍ୱାନ ଦେଇଥିଲେ।

ଏହି ଅବସରରେ ଜିଲ୍ଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା ମଂଚ ପରିଚାଳନା କରିଥିବାବେଳେ ଅନ୍ୟତମ ଦୁଇ ସାଧାରଣ ସମ୍ପାଦକ ଅଗନୁ ଚରଣ ମହାନ୍ତ ଓ ଯଶସ୍ୱୀନି ବଳ ମଂଚାସୀନ ହୋଇଥିଲେ।

ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ସାବିତ୍ରୀ ବିଶ୍ୱାଳ, ପୂର୍ବତନ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା କିରଣବାଳା ନାୟକ, ମହିଳା ମୋର୍ଚ୍ଚା ଜିଲ୍ଲା ସଭାପତି ଚପଳା ମହାକୁଡ଼,ଦାସମତି ଚାତାର, ଜିଲ୍ଲା ସମ୍ପାଦିକା ରଶ୍ମିତା ପାଣିଗ୍ରାହୀ, ଜିଲ୍ଲା ସମ୍ପାଦକ ଦୁଷ୍ମନ୍ତ ମହାନ୍ତ ଏବଂ ଅଶୋକ କୁମାର ବେହେରା,ଜିଲ୍ଲା କୋଷାଧକ୍ଷ ହରିହର ମହାନ୍ତ,ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ସୁବ୍ରତ ମହାନ୍ତି,ନରଣପୁର ମଣ୍ଡଳ ସଭାପତି ରତିରଞ୍ଜନ ସାହୁ, ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଅକ୍ଷୟ କୁମାର ମହାରଣା,ସମ୍ପାଦକ ରୋହିତ ରଞ୍ଜନ ବାରିକ, ସତ୍ୟନାରାୟଣ ବାରିକ, ଦୁର୍ଯ୍ୟୋଧନ ସାହୁ,ମନୋରଞ୍ଜନ ମିଶ୍ର, ଟିକେଶ୍ୱର ଜେନା, ସୌମ୍ୟ ମହାନ୍ତ,ଜିଲ୍ଲା ମିଡ଼ିଆ ସଂଯୋଜକ ବ୍ରଜକିଶୋର ରାୟ,ସୁରୋଜ କୁମାର ବାରିକ,ଯୋଡ଼ା ପୌରପାଳିକା ର କାଉନସିଲର ପୂଜା ସିଂ ଆଲଡା, ଲଳିତା ବାରିକ,ହେମରଞ୍ଜନ ବାରିକ,ପ୍ରକାଶ ମଲ୍ଲୀକ, ଦିବ୍ୟରଞ୍ଜନ ମହାନ୍ତ,ହିମାଂଶୁ ପୁହାଣ ତଥା ଅନ୍ୟମାନେ ଉପସ୍ଥିତ ରହି ସ୍ୱର୍ଗତଃ ଡ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧା ପୂର୍ବକ ପୁଷ୍ପାଞ୍ଜଳି ଦେଇଥିଲେ।

--------------------

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande