ଆମୋନିଆ ଗ୍ୟାସ ଲିକ୍ ଦୁର୍ଘଟଣା : ତିରୁଭଲ୍ଲୁର ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି, ୬୭ ଜଣ ଶ୍ରମିକ ହସ୍ପିଟାଲରେ ଚିକିତ୍ସାଧିନ
ତିରୁଭଲ୍ଲୁର, ୨୩ ଜୁନ୍ (ହି.ସ.)- ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲାରେ ଏକ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ କାରଖାନାରେ ଆମୋନିଆ ଗ୍ୟାସ ଲିକ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି । ମଙ୍ଗଳବାର ଦିନ ଚିକିତ୍ସାଧିନ ଅବସ୍ଥାରେ ଆଉ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁହେବା ସହିତ ଘଟଣାରେ ମୃତ୍ୟୁ
ଆମୋନିଆ ଗ୍ୟାସ ଲିକ୍ ଦୁର୍ଘଟଣା : ତିରୁଭଲ୍ଲୁର ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି, ୬୭ ଜଣ ଶ୍ରମିକ ହସ୍ପିଟାଲରେ ଚିକିତ୍ସାଧିନ


ତିରୁଭଲ୍ଲୁର, ୨୩ ଜୁନ୍ (ହି.ସ.)- ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲାରେ ଏକ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ କାରଖାନାରେ ଆମୋନିଆ ଗ୍ୟାସ ଲିକ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି । ମଙ୍ଗଳବାର ଦିନ ଚିକିତ୍ସାଧିନ ଅବସ୍ଥାରେ ଆଉ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁହେବା ସହିତ ଘଟଣାରେ ମୃତ୍ୟୁ ସଂଖ୍ୟା ମୋଟ୍ ୯ କୁ ବୃଦ୍ଧି ପାଇଛି । ୬୭ ଜଣ ଏବେ ମଧ୍ୟ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ପ୍ରଶାସନିକ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଦୁର୍ଘଟଣାରେ ମୋଟ୍ ୭୭ ଜଣ ପ୍ରଭାବିତ ହୋଇଛନ୍ତି । ପ୍ରଭାବିତଙ୍କ ମଧ୍ୟରେ ଆସାମର ୨୦ ଜଣ, ଓଡ଼ିଶାର ୨୯ ଜଣ, ଝାଡ଼ଖଣ୍ଡର ୮ ଜଣ ଏବଂ ତାମିଲନାଡୁର ୫ ଜଣ ଏବଂ ଅନ୍ୟାନ୍ୟ ଶ୍ରମିକ ଅନ୍ତର୍ଭୁକ୍ତ । ଅଧିକାଂଶ ପୀଡ଼ିତ ପ୍ରବାସୀ ଶ୍ରମିକ ଅଟନ୍ତି, ଯେଉଁମାନେକି କାରଖାନାରେ କାର୍ଯ୍ୟରତ ଥିଲେ ଏବଂ କାରଖାନାର ଆଖପାଖରେ ରହୁଥିଲେ ।

ହସ୍ପିଟାଲର ସୂଚନା ଅନୁଯାୟୀ, ଚେନ୍ନାଇର ଭେଲ୍ସ ହସ୍ପିଟାଲରେ ଭର୍ତି ହୋଇଥିବା ୩୩ ଜଣ ରୋଗୀଙ୍କ ମଧ୍ୟରୁ ତିନି ଜଣଙ୍କର ଚିକିତ୍ସା ସମୟରେ ମୃତ୍ୟୁ ହୋଇଛି, ଯେତେବେଳେକି ଦୁଇ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତମାନ, ୨୮ ଜଣ ସେଠାରେ ଚିକିତ୍ସାଧୀନ ଅଛନ୍ତି । ତିରୁଭଲ୍ଲୁରର ଭେଙ୍କଟେଶ୍ୱର ହସ୍ପିଟାଲରେ ଭର୍ତି ହୋଇଥିବା ୧୯ ଜଣ ରୋଗୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୮ ଜଣ ଚିକିତ୍ସାଧୀନ ଅଛନ୍ତି ।

ସେହିପରି, ଚେନ୍ନାଇର ରାଜୀବ ଗାନ୍ଧୀ ସରକାରୀ ହସ୍ପିଟାଲରେ ଭର୍ତି ହୋଇଥିବା ୧୩ ଜଣ ରୋଗୀଙ୍କ ମଧ୍ୟରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି, ଯେତେବେଳେ ୧୧ ଜଣ ଚିକିତ୍ସାଧୀନ ଅଛନ୍ତି । ଷ୍ଟାନଲି ସରକାରୀ ହସ୍ପିଟାଲରେ ଭର୍ତି ହୋଇଥିବା ୧୨ ଜଣ ରୋଗୀଙ୍କ ମଧ୍ୟରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ବାକି ୧୦ ଜଣ ଡାକ୍ତରୀ ଅବଜରଭେସନରେ ଅଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande