ଇଷ୍ଟ କୋଷ୍ଟ ରେଳପଥରେ ‘କବଚ’ ବ୍ୟବସ୍ଥାକୁ ରାଜ୍ୟପାଳ କଲେ ସ୍ୱାଗତ
ଭୁବନେଶ୍ୱର, ୨୩ ଜୁନ (ହି.ସ. ) ଇଷ୍ଟ କୋଷ୍ଟ ରେଳପଥ ନେଟୱାର୍କରେ ‘କବଚ’ ସ୍ୱୟଂଚାଳିତ ଟ୍ରେନ୍ ସୁରକ୍ଷା ବ୍ୟବସ୍ଥା ଲାଗୁ କରିବାକୁ ମଞ୍ଜୁରି ମିଳିଥିବାରୁ ଓଡ଼ିଶାର ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଏହାକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି ଯେ, ଏହି ପଦକ୍ଷେପ ଓଡ଼ିଶାରେ ରେଳ ସୁରକ୍ଷା ଓ ପରିଚାଳନ
ଇଷ୍ଟ କୋଷ୍ଟ ରେଳପଥରେ ‘କବଚ’ ବ୍ୟବସ୍ଥାକୁ ରାଜ୍ୟପାଳ କଲେ ସ୍ୱାଗତ


ଭୁବନେଶ୍ୱର, ୨୩ ଜୁନ (ହି.ସ. ) ଇଷ୍ଟ କୋଷ୍ଟ ରେଳପଥ ନେଟୱାର୍କରେ ‘କବଚ’ ସ୍ୱୟଂଚାଳିତ ଟ୍ରେନ୍ ସୁରକ୍ଷା ବ୍ୟବସ୍ଥା ଲାଗୁ କରିବାକୁ ମଞ୍ଜୁରି ମିଳିଥିବାରୁ ଓଡ଼ିଶାର ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଏହାକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି ଯେ, ଏହି ପଦକ୍ଷେପ ଓଡ଼ିଶାରେ ରେଳ ସୁରକ୍ଷା ଓ ପରିଚାଳନାଗତ ଦକ୍ଷତା ବୃଦ୍ଧି ଦିଗରେ ସହାୟକ ହେବ।

ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ଏକ ବାର୍ତ୍ତାରେ ରାଜ୍ୟପାଳ କହିଛନ୍ତି ଯେ, ଇଷ୍ଟ କୋଷ୍ଟ ରେଳପଥରେ ‘କବଚ’ ପ୍ରଣାଳୀର କାର୍ଯ୍ୟକାରିତା ଯାତ୍ରୀ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ସହ ରେଳ ଚଳାଚଳକୁ ଅଧିକ ସ୍ମାର୍ଟ ଏବଂ ଦକ୍ଷ କରିବ।

ସେ ଏହାକୁ ଦେଶର ରେଳ ବ୍ୟବସ୍ଥାର ଆଧୁନିକୀକରଣ ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି। ରାଜ୍ୟପାଳ ଏହି ଉଦ୍ୟମ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନେତୃତ୍ୱ ଓ ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande