ଶୁଖିଲା ପୋଖରୀର ପଙ୍କରୁ କୁଟୁରା ଉଦ୍ଧାର
ଖୋର୍ଦ୍ଧା, ୨୩ ଜୁନ୍ (ହି.ସ.) ଖାଦ୍ୟ ଅନ୍ୱେଷଣରେ ବାଟବଣା ହୋଇ ଜନବସତି ଅଂଚଳକୁ ପଶି ଆସିଥିବା ଏକ ଜଙ୍ଗଲୀ କୁଟୁରା ପାଣି ଶୁଖିଯାଇଥିବା ଏକ ପୋଖରୀର ପଙ୍କରେ ଫସି ଯାଇଥିବା କୁଟୁରା ଉଦ୍ଧାର ହୋଇଛିଏପରି କୁଟୁରାଟି ବୋଲଗଡ଼ ବ୍ଲକ ବାଙ୍କୋଇଦେଶ ପଂଚାୟତ କନ୍ତାଇଲୋ ଗ୍ରାମ ଅନ୍ତର୍ଗତ ଦୁର୍ଗାପୁର ମୌଜା ସ୍ଥିତ
Kutra


ଖୋର୍ଦ୍ଧା, ୨୩ ଜୁନ୍ (ହି.ସ.) ଖାଦ୍ୟ ଅନ୍ୱେଷଣରେ ବାଟବଣା ହୋଇ ଜନବସତି ଅଂଚଳକୁ ପଶି ଆସିଥିବା ଏକ ଜଙ୍ଗଲୀ କୁଟୁରା ପାଣି ଶୁଖିଯାଇଥିବା ଏକ ପୋଖରୀର ପଙ୍କରେ ଫସି ଯାଇଥିବା କୁଟୁରା ଉଦ୍ଧାର ହୋଇଛିଏପରି କୁଟୁରାଟି ବୋଲଗଡ଼ ବ୍ଲକ ବାଙ୍କୋଇଦେଶ ପଂଚାୟତ କନ୍ତାଇଲୋ ଗ୍ରାମ ଅନ୍ତର୍ଗତ ଦୁର୍ଗାପୁର ମୌଜା ସ୍ଥିତ ବଡ଼ ପୋଖରୀ ପଙ୍କରେ ରହିଯାଇଥିବା ବେଳେ ଉଦ୍ଧାର ହୋଇଛି । କୁଟୁରାଟି ଗାଁ ଭିତରକୁ ଚାଲିଆସିଥିବାରୁ କୁକୁର ଆକ୍ରମଣର ଶିକାର ଭୟରେ ପୋଖରୀ ଭିତରକୁ ପଶିଯାଇଥିବା ଅନୁମାନ କରାଯାଉଛି । ଏପରି କୁଟୁରାଟିକୁ ସକାଳ ସମୟରେ ସ୍ଥାନୀୟ ଗ୍ରାମବାସୀ ଦେଖି ତୁରନ୍ତ ସ୍ଥାନୀୟ ବନବିଭାଗକୁ ଖବର ଦେଇଥିଲେ । ଖବର ପାଇ ବୋଲଗଡ଼ ବନକର୍ମଚାରୀମାନେ ପହଂଚି କୁଟୁରାଟିକୁ ଉଦ୍ଧାର କରି ବୋଲଗଡ଼ ସ୍ଥିତ ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସା କରାଇଥିଲେ । ପରେ ବୋଲଗଡ଼ ବନପାଳ କାର୍ଯ୍ୟାଳୟରେ ବନବିଭାଗ ହେପାଜତରେ କୁଟୁରାଟିକୁ ସୁରକ୍ଷିତ ରଖିଛନ୍ତି । କୁଟୁରାଟି ସୁସ୍ଥ ହେବା ପରେ ଜଙ୍ଗଲରେ ସୁରକ୍ଷିତ ଅବସ୍ଥାରେ ଛାଡିଦିଆଯିବ ବୋଲି ବୋଲଗଡ ବନ ବିଭାଗ ପକ୍ଷରୁ ଜାରି ସୂଚନା ମିଳିଛି ।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande