ପଦ୍ମଶ୍ରୀ ସମ୍ମାନିତ ଓଡ଼ିଶାର ତିନି ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଭିନନ୍ଦନ
ଭୁବନେଶ୍ୱର, ୨୩ ଜୁନ (ହି.ସ. ) କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିବା ଓଡ଼ିଶାର ତିନିଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ବାର୍ତ୍ତାରେ ସେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ସମ୍ମାନଜ
ପଦ୍ମଶ୍ରୀ ସମ୍ମାନିତ ଓଡ଼ିଶାର ତିନି ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଭିନନ୍ଦନ


ଭୁବନେଶ୍ୱର, ୨୩ ଜୁନ (ହି.ସ. ) କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିବା ଓଡ଼ିଶାର ତିନିଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସାମାଜିକ ଗଣମାଧ୍ୟମରେ ବାର୍ତ୍ତାରେ ସେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ସମ୍ମାନଜନକ ‘ପଦ୍ମଶ୍ରୀ’ ପୁରସ୍କାରରେ ସମ୍ମାନିତ ବିଶିଷ୍ଟ ସାନ୍ତାଳୀ ଲେଖକ ଓ ଶିକ୍ଷାବିତ୍ ଚରଣ ହେମ୍ବ୍ରମ, ପ୍ରହ୍ଲାଦ ନାଟକର ପ୍ରଖ୍ୟାତ ଗୁରୁ ସିମାଞ୍ଚଳ ପାତ୍ର ଏବଂ ପ୍ରତିଷ୍ଠିତ ବୟନଶିଳ୍ପୀ ଶରତ କୁମାର ପାତ୍ରଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଏହି ତିନିଜଣ ବ୍ୟକ୍ତିତ୍ୱଙ୍କର ନିଷ୍ଠା, ସାଧନା ଓ ଅବଦାନ ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ। ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ଓ ପ୍ରତିଭା ଆଗାମୀ ପିଢ଼ି ଏବଂ ଯୁବ ସମାଜକୁ ସଦା ପ୍ରେରଣା ଯୋଗାଇବ ବୋଲି ସେ ମତ ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande