ଅଯୋଧ୍ୟା ପ୍ରସାଦରେ ଅନିୟମିତତା ପ୍ରକରଣରେ ଏସଆଇଟିର ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ
ଲକ୍ଷ୍ନୌ, ଜୁନ୍ ୨୩ (ହି.ସ.)- ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ପ୍ରସାଦରେ ହୋଇଥିବା ଅନିୟମିତତାର ଅଭିଯୋଗର ତଦନ୍ତ ପାଇଁ ଗଠିତ ସ୍ୱତନ୍ତ୍ର ତଦନ୍ତ ଦଳ (ଏସଆଇଟି) ମଙ୍ଗଳବାର ଦିନ ଉତ୍ତର ପ୍ରଦେଶ ସରକାରଙ୍କୁ ଏହାର ପ୍ରାରମ୍ଭିକ ରିପୋର୍ଟ ପ୍ରଦାନ କରିଛି।ଏସଆଇଟି ସଦସ୍ୟମାନେ ଅତିରିକ୍ତ ମୁଖ୍ୟ ସ
ଅଯୋଧ୍ୟା ପ୍ରସାଦରେ ଅନିୟମିତତା ପ୍ରକରଣରେ ଏସଆଇଟିର ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ


ଲକ୍ଷ୍ନୌ, ଜୁନ୍ ୨୩ (ହି.ସ.)- ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ପ୍ରସାଦରେ ହୋଇଥିବା ଅନିୟମିତତାର ଅଭିଯୋଗର ତଦନ୍ତ ପାଇଁ ଗଠିତ ସ୍ୱତନ୍ତ୍ର ତଦନ୍ତ ଦଳ (ଏସଆଇଟି) ମଙ୍ଗଳବାର ଦିନ ଉତ୍ତର ପ୍ରଦେଶ ସରକାରଙ୍କୁ ଏହାର ପ୍ରାରମ୍ଭିକ ରିପୋର୍ଟ ପ୍ରଦାନ କରିଛି।ଏସଆଇଟି ସଦସ୍ୟମାନେ ଅତିରିକ୍ତ ମୁଖ୍ୟ ସଚିବ (ଗୃହ) ସଞ୍ଜୟ ପ୍ରସାଦଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି।ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅନୁରୋଧରେ ରାଜ୍ୟ ସରକାର ଜୁନ୍ ୧୩ ତାରିଖରେ ଏକ ତିନି ସଦସ୍ୟ ବିଶିଷ୍ଟ ଏସଆଇଟି ଗଠନ କରିଥିଲେ।ଟ୍ରଷ୍ଟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏସଆଇଟି ଗଠନ କରିବାକୁ ଅଭିଯୋଗ ହୋଇଥିବା ଅନିୟମିତତାର ତଦନ୍ତ ପାଇଁ ଦାବି କରଥିଲେ।ଏସଆଇଟିରେ ଲକ୍ଷ୍ନୌ ଡିଭିଜନାଲ କମିଶନର ବିଜୟ ବିଶ୍ୱାସ ପନ୍ତ, ଆଇଜି ରେଞ୍ଜ କିରଣ ଏସ୍. ଏବଂ ସ୍ୱତନ୍ତ୍ର ସଚିବ ଅର୍ଥ ନୀଳ ରତନଙ୍କୁ ସାମିଲ କରାଯାଇଥିଲା।ବିଜୟ ଭି. ପନ୍ତ ଏବଂ କିରଣ ଏସ୍. ସେମାନଙ୍କର ପ୍ରାରମ୍ଭିକ ରିପୋର୍ଟ ଦାଖଲ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande