ଉଜ୍ଜୟିନୀର କାଳ ଭୈରବ ମନ୍ଦିର ସମ୍ମୁଖରେ ଭୟଙ୍କର ଅଗ୍ନିକାଣ୍ଡ,ପୂଜା ସାମଗ୍ରୀ ବିକ୍ରି ହେଉଥିବା ଚାରୋଟି ଦୋକାନ ସମ୍ପୁର୍ଣ୍ଣ ଜଳି ନଷ୍ଟ
ଉଜ୍ଜୟିନୀ, ଜୁନ୍ ୨୩ (ହି.ସ.)- ମଧ୍ୟପ୍ରଦେଶର ଉଜ୍ଜୟିନୀର ବିଶ୍ୱ ପ୍ରସିଦ୍ଧ କାଳ ଭୈରବ ମନ୍ଦିର ସମ୍ମୁଖରେ ମଙ୍ଗଳବାର ପ୍ରତ୍ୟୁଷରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟି ପୂଜା ସାମଗ୍ରୀ ବିକ୍ରୟ କରୁଥିବା ଚାରୋଟି ଦୋକାନ ପାଉଁଶ ହୋଇଯାଇଛି ।ନିଆଁ ଏତେ ଦ୍ରୁତ ଗତିରେ ବ୍ୟାପିଗଲା ଯେ କିଛି ମିନିଟ୍ ମଧ୍ୟରେ ପାଖର
ଉଜ୍ଜୟିନୀର କାଳ ଭୈରବ ମନ୍ଦିର ସମ୍ମୁଖରେ ଭୟଙ୍କର ଅଗ୍ନିକାଣ୍ଡ,ପୂଜା ସାମଗ୍ରୀ ବିକ୍ରି ହେଉଥିବା ଚାରୋଟି ଦୋକାନ ସମ୍ପୁର୍ଣ୍ଣ ଜଳି ନଷ୍ଟ


ଉଜ୍ଜୟିନୀ, ଜୁନ୍ ୨୩ (ହି.ସ.)- ମଧ୍ୟପ୍ରଦେଶର ଉଜ୍ଜୟିନୀର ବିଶ୍ୱ ପ୍ରସିଦ୍ଧ କାଳ ଭୈରବ ମନ୍ଦିର ସମ୍ମୁଖରେ ମଙ୍ଗଳବାର ପ୍ରତ୍ୟୁଷରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟି ପୂଜା ସାମଗ୍ରୀ ବିକ୍ରୟ କରୁଥିବା ଚାରୋଟି ଦୋକାନ ପାଉଁଶ ହୋଇଯାଇଛି ।ନିଆଁ ଏତେ ଦ୍ରୁତ ଗତିରେ ବ୍ୟାପିଗଲା ଯେ କିଛି ମିନିଟ୍ ମଧ୍ୟରେ ପାଖରେ ଥିବା ଦୋକାନଗୁଡ଼ିକ ଜଳିଯାଇଛି। ସୂଚନା ପାଇବା ପରେ ପାଞ୍ଚଟି ଦମକଳ ବାହିନୀ ଗାଡ଼ି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ପ୍ରାୟ ଏକ ଘଣ୍ଟାର କଠିନ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ପ୍ରାଥମିକ ଆକଳନରୁ ଜଣାପଡିଛି ଯେ ଅଗ୍ନିକାଣ୍ଡ ଯୋଗୁଁ ଲକ୍ଷ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଛି।ରିପୋର୍ଟ ଅନୁଯାୟୀ, ସକାଳ ୫ଟାରୁ ୫:୩୦ ମଧ୍ୟରେ ମନ୍ଦିର ସମ୍ମୁଖରେ ଥିବା ପୂଜା ସାମଗ୍ରୀ ବିକ୍ରି କରୁଥିବା ଏକ ଦୋକାନରୁ ନିଆଁ ଉଠିଥିବାର ଦେଖାଯାଇଥିଲା। ଦୋକାନରେ ପ୍ରଚୁର ପରିମାଣରେ ପୂଜା ସାମଗ୍ରୀ ଏବଂ ଜ୍ୱଳନଶୀଳ ସାମଗ୍ରୀ ଗଚ୍ଛିତ ଥିବାରୁ ନିଆଁ ଦ୍ରୁତ ଗତିରେ ବ୍ୟାପିଥିଲା ଏବଂ କିଛି ସମୟ ମଧ୍ୟରେ ଚାରିଟି ଦୋକାନ ନିଆଁରେ ପୋଡ଼ି ଯାଇଥିଲା। ନିଆଁ ଲାଗିବା ମାତ୍ରେ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ନିକଟରେ ଥିବା ଲୋକମାନେ ଏବଂ ଦୋକାନୀମାନେ ପ୍ରଥମେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ନିଆଁର ତୀବ୍ରତା ଯୋଗୁଁ ବିଫଳ ହୋଇଥିଲେ।ଏହାପରେ ତୁରନ୍ତ ଫାୟାର କଣ୍ଟ୍ରୋଲ ରୁମକୁ ସୁଚନା ଦିଆଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande