
ଭଦ୍ରକ, ୨୩ ଜୁନ୍ (ହି.ସ.) - ଭଦ୍ରକ ଜିଲ୍ଲା ବନ୍ତ ଗ୍ରାମର ସୁଶାନ୍ତ ଜେନାଙ୍କ ନାବାଳକ ପୁଅ କ୍ରିଷ୍ଣା ଜେନା (୬) ଓରଫ ବାଦଲ ଗତକାଲି ତାଙ୍କ ପିତାମାତା ଘରେ ନଥିବା ବେଳେ କେଉଁଆଡେ ପଳେଇ ଯାଇଥିଲେ । ଏନେଇ ପରିବାର ପକ୍ଷରୁ ବନ୍ତ ଥାନାରେ ଲିଖିତ ଅବଗତ କରାଯାଇଥିଲା । ପୋଲିସ୍ ସାମାଜିକ ଗଣମାଧ୍ୟମ ଓ ବିଭିନ୍ନ ଥାନାକୁ ସୂଚନା ଦେଇଥିବା ବେଳେ ଆଜି ମୟୂରଭଞ୍ଜ ଜିଲ୍ଲା ମହୁଲଢିଆ ଥାନାରୁ ନାବାଳକକୁ ଉଦ୍ଧାର କରାଯାଇଛି । ଥାନାଧିକାରୀ ସୁପ୍ରକାଶ ମହାନ୍ତି ଓ ଏଏସଆଇ ମନମୋହନ ବାରିକଙ୍କ ଉପସ୍ଥିତରେ ପରିବାର ଲୋକଙ୍କୁ ଆଜି ସନ୍ଧ୍ୟାରେ ବାଦଲକୁ ହସ୍ତାନ୍ତର କରିଥିଲେ । ପ୍ରକାଶଥାଉକି,ବାଦଲ ଜନ୍ମରୁ ମୂକ ବଧିର ଥିବା ବେଳେ ପୁରୁଣା ବଜାର ଜଗନ୍ନାଥ ମନ୍ଦିର ନିକଟରୁ ବସରେ ଚଢିଥିବା ଦେଖି ଅଚଂଳବାସୀ ଥାନାରେ ଜଣାଇଥିଲେ । ତେବେ ଥାନାଧିକାରୀଙ୍କ ତ୍ୱରିତ ପଦକ୍ଷେପକୁ ଅଚଂଳବାସୀ ଉଚ୍ଚ ପ୍ରଶଂସା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ