ବଳିଦାନ ଦିବସରେ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ପିଏମ ମୋଦି
ନୂଆଦିଲ୍ଲୀ, 23 ଜୁନ୍ (ହି.ସ.)- ବଳିଦାନ ଦିବସରେ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ପିଏମ ମୋଦି । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବଳିଦାନ ଦିବସ ଅବସରରେ ମୁଁ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ
ବଳିଦାନ ଦିବସରେ ଡକ୍ଟର     ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ପିଏମ ମୋଦି


ନୂଆଦିଲ୍ଲୀ, 23 ଜୁନ୍ (ହି.ସ.)- ବଳିଦାନ ଦିବସରେ

ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ପିଏମ ମୋଦି । ଏନେଇ

ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବଳିଦାନ ଦିବସ ଅବସରରେ ମୁଁ ଶ୍ୟାମାପ୍ରସାଦ

ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ସେ ଜଣେ ବିଶିଷ୍ଟ ରାଷ୍ଟ୍ରଭକ୍ତ, ବିଦ୍ୱାନ

ଏବଂ ଦୂରଦର୍ଶୀ ରାଷ୍ଟ୍ରନାୟକ ଥିଲେ, ଯିଏ ଭାରତର ବିକାଶ ପାଇଁ ନିଜ ସମଗ୍ର ଜୀବନକୁ ସମର୍ପିତ କରିଥିଲେ।

ତାଙ୍କର ଅଟଳ ବିଶ୍ୱାସ, ସାର୍ବଜନୀନ

ଜୀବନରେ ସାହସିକତା ଏବଂ ରାଷ୍ଟ୍ରହିତ ପ୍ରତି ଅଦମ୍ୟ ପ୍ରତିବଦ୍ଧତା ପିଢ଼ି ପରେ ପିଢ଼ିକୁ

ପ୍ରେରିତ କରିଆସୁଛି। ଡ଼ଃ ମୁଖାର୍ଜୀଙ୍କ ବଳିଦାନ ଆମ ସାମୂହିକ ସ୍ମୃତିରେ ସର୍ବଦା ପାଇଁ ଅଭୁଲା

ହୋଇ ରହିଛି।

ତାଙ୍କ ଆଦର୍ଶ ଓ ମୂଲ୍ୟବୋଧକୁ

ଆଧାର କରି, ଯାହାକୁ

ସେ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେବା କରିଥିଲେ,

ଆମେ ଏକ ଶକ୍ତିଶାଳୀ ଓ ବିକଶିତ ଭାରତ ଗଢ଼ିବା ପାଇଁ ନିଜ

ପ୍ରତିବଦ୍ଧତାକୁ ପୁନର୍ବ୍ୟକ୍ତ କରୁଛୁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande