ରାଜ୍ୟ ବିଦୁ୍ୟତ୍ କର୍ମଚାରୀ ଫେଡେରେସନ୍ର ଜଳବିଦୁ୍ୟତ୍ ନିଗମ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା
ଭୁବନେଶ୍ବର , 23 ଜୁନ୍ (ହି.ସ.) ଜଳ ବିଦୁ୍ୟତ୍ ନିଗମରେ କର୍ତ୍ତୃପକ୍ଷଙ୍କ ଅହେତୁକ କାଳକ୍ଷେପଣ ନୀତି ହେତୁ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କର ଅନେକ ସମସ୍ୟା ଯଥା ଓପିଟିସିଏଲ୍ ଓ ବିତରଣ କମ୍ପାନୀମାନଙ୍କରେ ୨୦୨୨ ମସିହାଠାରୁ ଲାଗୁ ହୋଇସାରିଥିବା କ୍ୟାଡର ରିଆରେଞ୍ଜମେଣ୍ଟ ବ୍ୟବସ୍ଥାର ପ୍ରଚଳନ
ରାଜ୍ୟ ବିଦୁ୍ୟତ୍ କର୍ମଚାରୀ ଫେଡେରେସନ୍ର ଜଳବିଦୁ୍ୟତ୍ ନିଗମ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା


ଭୁବନେଶ୍ବର , 23 ଜୁନ୍ (ହି.ସ.)

ଜଳ ବିଦୁ୍ୟତ୍ ନିଗମରେ କର୍ତ୍ତୃପକ୍ଷଙ୍କ ଅହେତୁକ କାଳକ୍ଷେପଣ ନୀତି ହେତୁ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କର ଅନେକ ସମସ୍ୟା ଯଥା ଓପିଟିସିଏଲ୍ ଓ ବିତରଣ କମ୍ପାନୀମାନଙ୍କରେ ୨୦୨୨ ମସିହାଠାରୁ ଲାଗୁ ହୋଇସାରିଥିବା କ୍ୟାଡର ରିଆରେଞ୍ଜମେଣ୍ଟ ବ୍ୟବସ୍ଥାର ପ୍ରଚଳନ, ଏନ୍ଇ-୪ବର୍ଗରେ ଗତ ୪ବର୍ଷ ତଳେ ନିଯୁକ୍ତ କର୍ମଚାରୀମାନଙ୍କର କ୍ୟାଡର ନିର୍ଦ୍ଧାରଣ ଓ ପ୍ରମୋଶନର ବ୍ୟବସ୍ଥା, ବିଗତ ୩୦ବର୍ଷ ଧରି କାର୍ଯ୍ୟରତ ଏନ୍ଏମ୍ଆର୍ ଓ କଣ୍ଟିଜେଣ୍ଟ ଖଲାସୀମାନଙ୍କର ଦରମା ଓ ଭତ୍ତାର ବିଶେଷତଃ ଚିକିତ୍ସା ବ୍ୟବସ୍ଥାର ପୁନର୍ବିଚାର, ୨୦ବର୍ଷ ଧରି କାର୍ଯ୍ୟକରି ଆସୁଥିବା ଏନ୍ଇ-୧ବର୍ଗ କର୍ମଚାରୀଙ୍କର ପ୍ରମୋଶନ, ୨୦୦୫ ମସିହାଠାରୁ ନିଯୁକ୍ତି ପ୍ରାପ୍ତ କର୍ମଚାରୀମାନଙ୍କ ନିମନ୍ତେ ପେନ୍ସନ୍ର ବ୍ୟବସ୍ଥା, କଣ୍ଟ୍ରାକ୍ଟ କର୍ମଚାରୀମାନଙ୍କର ଇଏସ୍ଆଇର ବ୍ୟବସ୍ଥା, ସମସ୍ତ ଜଳବିଦୁ୍ୟତ୍ କେନ୍ଦ୍ରରେ ଉପୁଜିଥିବା କ୍ୱାର୍ଟରସ୍ ସମସ୍ୟାର ନିରାକରଣ ଇତ୍ୟାଦି ବହୁକାଳ ଧରି ଅନିର୍ଣ୍ଣିତ ହୋଇ ରହିଅଛି । ବାରମ୍ବାର ଏହି ବିଷୟରେ ଆଲୋଚନା ସରିଥିଲେ ମଧ୍ୟ ସମସ୍ୟା ସମାଧାନ ନିମନ୍ତେ କର୍ତ୍ତୃପକ୍ଷଙ୍କ ପ୍ରତିଶ୍ରୁତି ମାନ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଉନାହିଁ ଯାହାକି କର୍ମଚାରୀମହଲରେ ଘୋର ଅଶାନ୍ତି ଓ ଅସନ୍ତୋଷର ବାତାବରଣ ସୃଷ୍ଟି କରିଛି ।

ଅତଏବ ଏ ସମସ୍ୟାମାନଙ୍କ ସମ୍ପର୍କରେ ରାଜ୍ୟ ବିଦୁ୍ୟତ୍ କର୍ମଚାରୀ ଫେଡେରେସନର ଚେୟାରମ୍ୟାନ୍ ଶ୍ରୀଯୁକ୍ତ ରାମକୃଷ୍ଣ ପଣ୍ଡା, ସାଧାରଣ ସମ୍ପାଦକ ସତ୍ୟବାଦୀ ବାଘ, ଅନ୍ୟାନ୍ୟ କର୍ମକର୍ତ୍ତା ଶମ୍ଭୁ ମହାପାତ୍ର, ସନ୍ତୋଷ ପଣ୍ଡା, କମଳେଶ ଦାସ, ଦେବେନ୍ଦ୍ର ମିଶ୍ର, ଲଛମନ ରାଓ, ରଞ୍ଜିତ ପାତ୍ର ଓ ସୁଶାନ୍ତ ନାୟକ ଜଳବିଦୁ୍ୟତ୍ ନିଗମର ମାନବସମ୍ବଳ ନିଦେ୍ର୍ଦଶକଙ୍କ ସହିତ ସାକ୍ଷାତ ଆଲୋଚନା କରିଥିଲେ ଏବଂ ଏସବୁ ସମସ୍ୟାର ତୁରନ୍ତ ସମାଧାନ ନିମନ୍ତେ ଦୃଢ଼ ଦାବି ଉପସ୍ଥାପନ କରିଥିଲେ ।

ଏ ସମସ୍ତ ସମସ୍ୟାର ତୁରନ୍ତ ସମାଧାନ ନହେଲେ ଫେଡେରେସନ୍ ତା’ର ସମସ୍ତ ସହଯୋଗୀ ସଂଘଙ୍କ ସହିତ ବାଧ୍ୟହୋଇ ଆନେ୍ଦାଳନକୁ ଓହ୍ଲାଇବ ଏବଂ ସମସ୍ତ ଅପ୍ରିତିକର ପରିସ୍ଥିତି ସକାଶେ ନିଗମ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ସାଧାରଣ ସମ୍ପାଦକ ଶ୍ରୀ ବାଘ ପ୍ରକାଶ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande