
'ରାଷ୍ଟ୍ର ପ୍ରଥମ'ନୀତିରେ ଅନୁପ୍ରାଣିତ ହୋଇ ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ଗଠନ ପାଇଁ ଯୁବପିଢ଼ିକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
ଭୁବନେଶ୍ୱର, ୨୩ ଜୁନ୍ (ହି.ସ)- ଭାରତ ମାତାର ମହାନ ସୁପୁତ୍ର ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ 'ରାଷ୍ଟ୍ର ପ୍ରଥମ' ନୀତିରେ ଅନୁପ୍ରାଣିତ ହୋଇ ପବିତ୍ର ଓଡ଼ିଶା ମାଟି ତଥା ସମଗ୍ର ଭାରତବର୍ଷକୁ ସଶକ୍ତ, ସମୃଦ୍ଧ ଓ ଏକତାର ସୂତ୍ରରେ ବାନ୍ଧି ରଖିବା ପାଇଁ କାର୍ଯ୍ୟ କରିବାକୁ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଛନ୍ତି । ମଙ୍ଗଳବାର ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ଅବସରରେ ଜୟଦେବ ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଯୁବପିଢ଼ିଙ୍କୁ ଏହି ଆହ୍ୱାନ ଦେଇଛନ୍ତି।
ଡଃ ମୁଖାର୍ଜୀଙ୍କ ଅତୁଳନୀୟ ତ୍ୟାଗ ଓ ଶିକ୍ଷା ସଂସ୍କାର ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମାତ୍ର ୩୩ ବର୍ଷ ବୟସରେ ସେ କଲିକତା ବିଶ୍ୱବିଦ୍ୟାଳୟର ସର୍ବକନିଷ୍ଠ କୁଳପତି ଭାବେ ଶିକ୍ଷା କ୍ଷେତ୍ରରେ ଅଭୂତପୂର୍ବ ପରିବର୍ତନ ଆଣିଥିଲେ। ଦେଶର ଏକତା ଓ ଅଖଣ୍ଡତା ପାଇଁ ଜାମ୍ମୁ-କାଶ୍ମୀର ଆନ୍ଦୋଳନରେ ସେ ଦେଇଥିବା ଐତିହାସିକ ସ୍ଲୋଗାନ ଏକ ଦେଶ ମେଁ ଦୋ ବିଧାନ, ଦୋ ପ୍ରଧାନ, ଦୋ ନିଶାନ ନେହିଁ ଚଲେଙ୍ଗେ ସମଗ୍ର ରାଷ୍ଟ୍ରକୁ ଏକତା ସୂତ୍ରରେ ବାନ୍ଧିଥିଲା।
ସେ ଆହୁରି କହିଥିଲେ ଯେ କଂଗ୍ରେସର ତୁଷ୍ଟୀକରଣ ରାଜନୀତି ଏବଂ ଭୁଲ୍ ନୀତି ଯୋଗୁଁ କାଶ୍ମୀର ଉପରେ ଲଦି ଦିଆଯାଇଥିବା ଧାରା ୩୭୦ ଭଳି କଳା ଆଇନ ଯୋଗୁଁ ଦୀର୍ଘ ଦଶନ୍ଧି ଧରି ଲକ୍ଷ ଲକ୍ଷ ନିରୀହ ଲୋକ ପ୍ରାଣ ହରାଇଥିଲେ ଓ ଶରଣାର୍ଥୀ ସଦୃଶ ଜୀବନ ବିତାଇଥିଲେ । ସେ ପ୍ରକାଶ କରିଥିଲେ ଯେ, ବିନା ପରମିଟ୍ ରେ କାଶ୍ମୀର ପ୍ରବେଶ କରି ଗିରଫ ହେବା ପରେ ଜେଲ୍ ଭିତରେ ସନ୍ଦେହଜନକ ପରିସ୍ଥିତିରେ ଡଃ ମୁଖାର୍ଜୀଙ୍କ ମୃତ୍ୟୁର କୌଣସି ତଦନ୍ତ ତତ୍କାଳୀନ କଂଗ୍ରେସ ସରକାର କରାଇନଥିଲେ, ଯାହା ଇତିହାସର ସବୁଠାରୁ ବଡ଼ ଦୁର୍ଭାଗ୍ୟଜନକ ଅଧ୍ୟାୟ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ନେତୃତ୍ୱକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଗତ ୫ ଅଗଷ୍ଟ ୨୦୧୯ ମସିହାରେ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯାଇ ଡଃ ମୁଖାର୍ଜୀଙ୍କ ସେହି ଅଧୁରା ସ୍ୱପ୍ନକୁ ସାକାର କରାଯାଇଛି ଏବଂ ଏହାହିଁ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି। କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଆଜି ଗୋଟିଏ ସମ୍ବିଧାନ ଏବଂ ଗୋଟିଏ ତ୍ରିରଙ୍ଗା ଭାରତର ବିଜୟ ପତକା ଉଡ଼ାଉଛି। ୨୧ ଅକ୍ଟୋବର ୧୯୫୧ରେ ଡଃ ମୁଖାର୍ଜୀଙ୍କ ଦ୍ୱାରା ପ୍ରତିଷ୍ଠିତ 'ଭାରତୀୟ ଜନସଂଘ' ଆଜି ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟି ଭାବେ ଉଭା ହୋଇଛି, ଯାହାର ମୂଳମନ୍ତ୍ର ହେଉଛି ସାଂସ୍କୃତିକ ରାଷ୍ଟ୍ରବାଦ।
ସେ ଆହୁରି କହିଥିଲେ ଯେ, ପୂର୍ବ ସରକାର ଡଃ ମୁଖାର୍ଜୀଙ୍କ ସ୍ମୃତି ଦିବସକୁ ଅଣଦେଖା କରୁଥିବା ବେଳେ ବର୍ତମାନର ସରକାର ଏହାକୁ ଏକ ଜାତୀୟ କର୍ତବ୍ୟ ଭାବେ ଗ୍ରହଣ କରି ପାଳନ କରୁଛନ୍ତି । ଏହି ଅବସରରେ ସେ ଦେଶ ଓ ରାଜ୍ୟକୁ ଦୁର୍ବଳ କରୁଥିବା ଭ୍ରଷ୍ଟ, ଦେଶବିରୋଧୀ ଏବଂ ପରିବାରବାଦୀ ଶକ୍ତିମାନଙ୍କ ପ୍ରତି ସତର୍କ ରହିବାକୁ ଆହ୍ୱାନ ଦେଇଛନ୍ତି।
ଏହି ଅବସରରେ ଓଡ଼ିଶା ବିଧାନ ସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ କହିଥିଲେ ଯେ ସ୍ୱାଧୀନତା ପରବର୍ତୀ ସମୟରେ ଜାତୀୟତାବାଦ ଚିନ୍ତାଧାରାକୁ ଯିଏ ବିଚ୍ଛୁରିତ କରିଥିଲେ ସେ ହେଉଛନ୍ତି ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀ । ସେ ହେଉଛନ୍ତି ପ୍ରକୃତ ଦେଶ ଭକ୍ତର ନିଦର୍ଶନ, ଯିଏ କି ଦଳ ମତ ନିର୍ବିଶେଷରେ ନିଜ ଦେଶକୁ ଭଲପାଉଥିଲେ ।
ଏହି ଅବସରରେ ପୂର୍ବତନ ରାଜ୍ୟସଭା ସାଂସଦ ଦୁଷ୍ମନ୍ତ କୁମାର ଗୌତମ, ଏକାମ୍ର ବିଧାୟକ ବାବୁ ସିଂହ ପ୍ରମୁଖ ମତବ୍ୟକ୍ତ କରିଥିଲେ । ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ସ୍ୱାଗତ ଭାଷଣ ଦେଇଥିଲେ । ଏସପିଓ ମାନଙ୍କର ବୃତିଗତ ଦକ୍ଷତା, କାର୍ଯ୍ୟକୁଶଳତା ଏବଂ ଜନସେବାମୂଳକ ପୋଲିସିଂ ମନୋଭାବକୁ ଅଧିକ ସୁଦୃଢ଼ କରିବା।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା