
ଭୁବନେଶ୍ୱର, ୨୩ ଜୁନ୍ (ହି.ସ)- ଗଞ୍ଜାମ ଜିଲ୍ଲାର ଆତ୍ମହତ୍ୟା କରିଥିବା ଇଞ୍ଜିିୟରିଙ୍ଗ୍ କଲେଜ ଛାତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସହ ଦୋଷୀକୁ ଉଚିତ୍ ଦଣ୍ଡ ଦେବା ଦାବିରେ ମଙ୍ଗଳବାର ସନ୍ଧ୍ୟାରେ ପ୍ରଦେଶ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ଆଦିତ୍ୟ ଅଂଶୁମାନ ପାତ୍ରଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସ ତରଫରୁ ଏକ କ୍ୟାଣ୍ଡେଲ୍ ଶୋଭାଯାତ୍ରା କଂଗ୍ରେସ ଭବନରୁ ବାହାରି ମାଷ୍ଟର କ୍ୟାଂଟିନ୍ ଛକ ଯାଏଁ ଯାଇଥିଲା । ସେଠାରେ ସ୍ୱର୍ଗତା ଛାତ୍ରୀଙ୍କ ଫଟୋ ଆଗରେ ମହମବତୀ ଜଳାଇ ଛାତ୍ର କଂଗ୍ରେସ କର୍ମୀ ମାନେ ଶ୍ରଦ୍ଧାଞ୍ଜଳୀ ଦେବା ସହ ଖଣି ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଫଟୋଚିତ୍ର ଦାହ କରିଥିଲେ।
ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଶ୍ରୀ ଆଦିତ୍ୟ ପାତ୍ର କହିଥିଲେ ଯେହେତୁ ଅଭିଯୁକ୍ତ ବିଶ୍ୱଜିତ୍ ଜେନା ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ପୁତୁରା, ତେଣୁ ନିରପେକ୍ଷ ତଦନ୍ତ ପାଇଁ ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ। ଯୁବ ନେତାସୂର୍ଯ୍ୟକାନ୍ତ ଜେନା କହିଥିଲେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଓ ନାରୀ ନିର୍ଯାତନା କ୍ଷେତ୍ରରେ ଦେଶରେ ପ୍ରଥମ ସ୍ଥାନ ଗ୍ରହଣ କରିଛି।ଏହି ଭଳି ସମୟରେ ରାଜ୍ୟ ଖଣି ମନ୍ତ୍ରୀଙ୍କ ପୁତୁରା ଛାତ୍ରୀ ଆତ୍ମହତ୍ୟାରେ ଅଭିଯୁକ୍ତ ହେବା ଲଜ୍ଜ୍ୟାର ବିଷୟ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା