
ଭୁବନେଶ୍ୱର, 24 ଜୁନ୍ (ହି.ସ.)- ରାଣୀ ଦୁର୍ଗାବତୀଙ୍କ ବଳିଦାନ ଦିବସରେ ତାଙ୍କୁ ନମନ କରିଛନ୍ତି
ରାଜ୍ୟପାଳ ଡ.ହରିବାବୁ କମ୍ଭମପତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି
ରାଜ୍ୟପାଳ କହିଛନ୍ତି ଯେ, ଅଦମ୍ୟ ସାହସ, ସ୍ୱାଭିମାନ ଓ ମାତୃଭୂମି ପ୍ରତି ସମର୍ପଣର ଅମର ପ୍ରତିମୂର୍ତ୍ତି
ବୀରାଙ୍ଗନା ରାଣୀ ଦୁର୍ଗାବତୀଙ୍କ ବଳିଦାନ ଦିବସରେ ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି।
ନିଜ ସମ୍ମାନ ଓ ରାଷ୍ଟ୍ରର ସୁରକ୍ଷା ପାଇଁ ସେ ଦେଇଥିବା ସର୍ବୋଚ୍ଚ
ବଳିଦାନ ଭାରତୀୟ ଇତିହାସରେ ସଦା ଅମର ରହିବ। ତାଙ୍କର ବୀରତା, ତ୍ୟାଗ ଓ ଦେଶପ୍ରେମ ଆଗାମୀ ପିଢ଼ୀଙ୍କ ପାଇଁ ଚିରନ୍ତନ
ପ୍ରେରଣାର ଉତ୍ସ ହୋଇ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା