ହୋଟେଲ ମାଲିକଙ୍କୁ ହତ୍ୟା କରିଥିବା ଅଭିଯୁକ୍ତକୁ ପୋଲିସର ଏନକାଉଣ୍ଟର
ପୁରୀ, 24 ଜୁନ୍ (ହି.ସ.)ପୁରୀ ବଳିଆପଣ୍ଡା ଥାନା ଅଞ୍ଚଳର ମନୋରମା ହୋଟେଲ ମାଲିକ ପବିତ୍ର ନାୟକଙ୍କୁ ଚନ୍ଦନ ପଲାଇ ନାମକ ଅସାମାଜିକ ଯୁବକ ଗୁଳି କରି ମାରିବା ପରେ ସେଠାରୁ ଖସି ଯାଇଥିଲା । ବଳିଆପଣ୍ଡା ଥାନା ପୋଲିସ ଖବରପାଇ ମଙ୍ଗଳାଘାଟ ଷ୍ଟର୍ଲିଙ୍ଗ ରାସ୍ତାର ଓଁକାରେଶ୍ଵର ମନ୍ଦିର ନିକଟରେ ପୋଲିସକୁ ଦେଖ
ହୋଟେଲ ମାଲିକଙ୍କୁ ହତ୍ଯା ଅଭିଯୁକ୍ତକୁ ପୋଲିସ ର ଏନକାଉଣ୍ଟର


ପୁରୀ, 24 ଜୁନ୍ (ହି.ସ.)ପୁରୀ ବଳିଆପଣ୍ଡା ଥାନା ଅଞ୍ଚଳର ମନୋରମା ହୋଟେଲ ମାଲିକ ପବିତ୍ର ନାୟକଙ୍କୁ ଚନ୍ଦନ ପଲାଇ ନାମକ ଅସାମାଜିକ ଯୁବକ ଗୁଳି କରି ମାରିବା ପରେ ସେଠାରୁ ଖସି ଯାଇଥିଲା । ବଳିଆପଣ୍ଡା ଥାନା ପୋଲିସ ଖବରପାଇ ମଙ୍ଗଳାଘାଟ ଷ୍ଟର୍ଲିଙ୍ଗ ରାସ୍ତାର ଓଁକାରେଶ୍ଵର ମନ୍ଦିର ନିକଟରେ ପୋଲିସକୁ ଦେଖି ଚନ୍ଦନ ଫାଏରିଂଙ୍ଗ କରିଥିଲା । ପୋଲିସ ଏକ୍ସଚେଞ୍ଜ ଅଫ ଫାଏରିଂଙ୍ଗ କରିବାରୁ ଚନ୍ଦନ ଗୋଡରେ ଗୁଳି ବାଜିବାରୁ ଚନ୍ଦନ ସେଠାରେ ପଡିଯାଇଥିଲା । ପୋଲିସ ଆହତ ଚନ୍ଦନକୁ ଉଦ୍ଧାର କରି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ନେଇ ପ୍ରାଥମିକ ଚିକିତ୍ସା କରିବାପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରିଛି । ଏହି ଖବର ପ୍ରଚାରିତ ହେବାରେ ମେଡିକାଲରେ ଲୋକଙ୍କ ଗହଳି ଓ ଉତ୍ତେଜନା ଲାଗିରହିବାରୁ ସେଠାରେ ବ୍ଯାପକ ପୋଲିସ ମୁତୟନ କରାଯାଇଛି । ଏସପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ଥାନା ପୋଲିସକୁ ନେଇ ଅନ୍ଯ ଜଣେ ଖସିଯାଇ ଥିବା ଅଭିଯୁକ୍ତକୁ ପୋଲିସ ଖୋଜୁଛି । ପୁରୀ ଏକ ଆଧ୍ୟାତ୍ମିକ ପର୍ଯ୍ୟଟନ ସ୍ଥଳୀ । ହୋଟେଲ ବ୍ଯବସାୟ, ଜାଗାବାଡି କାରବାର, ମଠ , ଦେବୋତ୍ତର ଓ ସରକାରୀ ଜମିକୁ ବାହୁବଳି ମାନେ ବେନିୟମ ଭାବେ ବିକ୍ରି କରି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ନିଶା ବେପାରୀ ଓ ବନ୍ଧୁକ ବେପାରୀ ପୁରୀରେ ସକ୍ରିୟ ରହି ସେମାନଙ୍କ କାରବାର ଚଳାଇଥିବା ଶୁଣାଯାଉଛି । ହତ୍ଯା ଓ ଏନକାଉଣ୍ଟର ପରେ ପୁରୀରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

---------------

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande