
ଭୁବନେଶ୍ୱର, 24 ଜୁନ୍ (ହି.ସ.)- ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ନବକୃଷ୍ଣ ଚୌଧୁରୀଙ୍କ
ସ୍ମୃତିଚାରଣ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ
ଏକ୍ସରେ ଏକ ବାର୍ତ୍ତାରେ ମନ୍ତ୍ରୀ କହିଛନ୍ତି ଯେ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଶ୍ରାଦ୍ଧବାର୍ଷିକୀରେ ବିନମ୍ର
ଶ୍ରଦ୍ଧାଞ୍ଜଳି ଜଣାଉଛି। ଓଡ଼ିଶାର ପ୍ରଗତି, ସମାଜ ସଂସ୍କାର ଏବଂ ବିଶେଷ କରି ଗରିବ, ଚାଷୀ ଓ ଅବହେଳିତ
ଶ୍ରେଣୀର ଲୋକଙ୍କ ଅଧିକାର ପାଇଁ ତାଙ୍କର ଅବଦାନ ସଦାସର୍ବଦା ଅବିସ୍ମରଣୀୟ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା