
ଭୁବନେଶ୍ୱର, 24 ଜୁନ୍ (ହି.ସ.)- ପଦ୍ମଶ୍ରୀ ସଂଯୁକ୍ତା ପାଣିଗ୍ରାହୀଙ୍କୁ ଶ୍ରଦ୍ଧାଂଜଳି
ଜ୍ଞାପନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ
ମନ୍ତ୍ରୀ କହିଛନ୍ତି ଯେ, ମହାନ ଓଡ଼ିଶୀ ନୃତ୍ୟଶିଳ୍ପୀ, ପଦ୍ମଶ୍ରୀ ସଂଯୁକ୍ତା ପାଣିଗ୍ରାହୀଙ୍କ ଶ୍ରାଦ୍ଧ ଦିବସରେ ବିନମ୍ର
ଶ୍ରଦ୍ଧାଞ୍ଜଳି ଜଣାଉଛି। ଓଡ଼ିଶାର ଶାସ୍ତ୍ରୀୟ ନୃତ୍ୟ କଳା 'ଓଡ଼ିଶୀ'କୁ ବିଶ୍ୱ ଦରବାରରେ ପହଞ୍ଚାଇବା ଏବଂ ଏହାକୁ ଏକ ସ୍ୱତନ୍ତ୍ର ପରିଚୟ
ଦେବାରେ ତାଙ୍କର ଅବଦାନ ଅତୁଳନୀୟ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା