ଏକ ଟଙ୍କା ମୁଦ୍ରାରୁ ବିବାଦୀୟ ମାନଚିତ୍ର ହଟାଇବାକୁ ନେପାଳର ବାଲେନ୍ଦ୍ର ସରକାରଙ୍କ ନିଷ୍ପତି
କାଠମାଣ୍ଡୁ, ୧୭ ଜୁଲାଇ (ହି.ସ.)- ବାଲେନ୍ଦ୍ର ଶାହା ସରକାର ନେପାଳର ବିବାଦୀୟ ମାନଚିତ୍ରକୁ ୧ ଟଙ୍କିଆ ମୁଦ୍ରାରୁ ହଟାଇବା ଏବଂ ତା ''ସ୍ଥାନରେ ମୁସ୍ତାଙ୍ଗର ଲୋ ଘ୍ୟାକର (ଘର) ଗୁମ୍ବାଙ୍କ ଚିତ୍ର ରଖିବାକୁ ନିଷ୍ପତି ନେଇଛନ୍ତି । ଆଜି ଅନୁଷ୍ଠିତ ମନ୍ତ୍ରୀ ପରିଷଦର ବୈଠକରେ ନେପାଳ ରାଷ୍ଟ୍ର ବ୍ୟାଙ୍କକୁ ୧
ଏକ ଟଙ୍କା ମୁଦ୍ରାରୁ ବିବାଦୀୟ ମାନଚିତ୍ର ହଟାଇବାକୁ ନେପାଳର ବାଲେନ୍ଦ୍ର ସରକାରଙ୍କ ନିଷ୍ପତି


କାଠମାଣ୍ଡୁ, ୧୭ ଜୁଲାଇ (ହି.ସ.)- ବାଲେନ୍ଦ୍ର ଶାହା ସରକାର ନେପାଳର ବିବାଦୀୟ ମାନଚିତ୍ରକୁ ୧ ଟଙ୍କିଆ ମୁଦ୍ରାରୁ ହଟାଇବା ଏବଂ ତା 'ସ୍ଥାନରେ ମୁସ୍ତାଙ୍ଗର ଲୋ ଘ୍ୟାକର (ଘର) ଗୁମ୍ବାଙ୍କ ଚିତ୍ର ରଖିବାକୁ ନିଷ୍ପତି ନେଇଛନ୍ତି ।

ଆଜି ଅନୁଷ୍ଠିତ ମନ୍ତ୍ରୀ ପରିଷଦର ବୈଠକରେ ନେପାଳ ରାଷ୍ଟ୍ର ବ୍ୟାଙ୍କକୁ ୧ ଏବଂ ୨ ଟଙ୍କାର ନୂତନ ମୁଦ୍ରା ତିଆରି କରିବା ପାଇଁ ମଞ୍ଜୁରି ଦିଆଯାଇଛି । ନେପାଳ ରାଷ୍ଟ୍ର ବ୍ୟାଙ୍କର ଅଧିକାରୀଙ୍କ କହିବା ଅନୁଯାୟୀ, ନୂଆ ମୁଦ୍ରାଗୁଡ଼ିକର ବର୍ତମାନର ଆକାର, ଓଜନ, ଧାତୁ ଏବଂ ଡିଜାଇନରେ ପରିବର୍ତନ କରାଯିବ । ସେହି କ୍ରମରେ, ୧ ଟଙ୍କିଆ ମୁଦ୍ରାରେ ରହିଥିବା ନେପାଳର ମାନଚିତ୍ରକୁ ବଦଳାଇ ୮ମ ଶତାବ୍ଦୀର ଐତିହାସିକ ଲୋ ଘ୍ୟାକର ଗୁମ୍ବାଙ୍କ ପ୍ରତିକୃତି ଅଙ୍କିତ କରିବାକୁ ନିଷ୍ପତି ନିଆଯାଇଛି । ସରକାରୀ ଅଧିକାରୀମାନେ ଯୁକ୍ତି କରିଥିଲେ ଯେ, ମୁଦ୍ରାର ଆକାର ଛୋଟ ହୋଇଥିବା କାରଣରୁ ଏଥିରେ ନେପାଳର ମାନଚିତ୍ର ସ୍ପଷ୍ଟ ଭାବରେ ପ୍ରଦର୍ଶିତ କରିବା କଷ୍ଟକର ।

ତତ୍କାଳୀନ କେ. ପି. ଶର୍ମା ଓଲି ସରକାର ନେପାଳର ବିବାଦୀୟ ମାନଚିତ୍ର ଥିବା ମୁଦ୍ରା ଜାରି କରିବାର ନିଷ୍ପତି ନେଇଥିଲେ । କିନ୍ତୁ, ବାଲେନ୍ଦ୍ର ସରକାର ସେହି ବିବାଦୀୟ ମାନଚିତ୍ରକୁ ହଟାଇ ଭାରତ ସହିତ ନିଜର ସମ୍ପର୍କକୁ ଆହୁରି ମଜବୁତ କରିବାର ସଙ୍କେତ ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande