
Bhubaneswar, 20 ଜୁଲାଇ (ହି.ସ.)
କାଜୀକୀସ୍ତାନ ଠାରେ ଜୁଲାଇ୧୫ ତାରିଖ ଠାରୁ ଆରମ୍ଭ ହୋଇ ଆଜି ଶେଷ ହୋଇଥିବା ଦଶମ ଏସୀୟ ବରିଷ୍ଟ ଜୁ ଜିତଷୁ ପ୍ରତିଯୋଗୀତା ରେ ଓଡିଶା ଜୁ ଜିତଷୁ ସଂଘ ତରଫରୁ ଭାରତକୁ ପ୍ରତିନିଧିତ୍ଵ କରିଥିବା ଭାରତର ସୁନାମ ଧନ୍ୟ ଖେଳାଳି ଅନୁପମା ସ୍ଵାଇଁ କାଂସ୍ୟ ପଦକ ହାସଲ କରିଛନ୍ତି ।
କନଟାକ୍ଟ ଜୁ-ଜିତଷୁ ସିଷ୍ଟମ ପ୍ରତିଯୋଗିତାରେ ମହିଳା ୫୨ କେଜି ବିଭାରେ ଭିଏତନାମ କୁ ହରାଇ ଅନୁପମା କାଂସ୍ୟ ପଦକ ହାସଲ କରିଛନ୍ତି । ଓଡିଶା ପୋଲିସ ରେ କାର୍ଯ୍ୟରତ ଅନୁପମା ୫୨ କିଲୋ ବର୍ଗ ରେ ଭାରତରୁ ଭାଗ ନେଇଥିବା ବେଳେ ଏହା ତାଙ୍କର ଷଷ୍ଠ ଏସୀୟ ପଦକ ଅଟେ ।
ଏହି ସଫଳତା ପାଇଁ ଅନୁପମାଙ୍କୁ ଓଡିଶା ରାଜ୍ୟ ଜୁ-ଜିତଷୁ ସଂଘ ଓ ଉତ୍କଳ କରାଟେ ସ୍କୁଲ ର ଜାତୀୟ ଓ ଆନ୍ତର୍ଜାତୀୟ ଖେଳାଳି ମାନେ ଅଭିନନ୍ଦନ ଜଣାଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା